ଭୁବନେଶ୍ୱର: ଆଜି ଓଡ଼ିଶା ରାଜ୍ୟ ମଦ୍ରାସା ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମୌଲବି, ମାହିର, ଆଲିମ୍ ଓ ଫାଜିଲ୍ର ପରୀକ୍ଷା ଫଳ ପ୍ରକାଶ ପାଇଛିା ଚଳିତ ବର୍ଷ ମଦ୍ରାସା ବୋର୍ଡରେ ସର୍ବମୋଟ ପାସ୍ ହାର ୯୨.୪୭ ପ୍ରତିଶିତ ରହିଛିା ମୌଲ ବି (ଏଚ୍ଏସ୍ସି)ରେ ୨୯୩ ଜଣ ବିଦ୍ୟାର୍ଥୀ ପରୀକ୍ଷା ଦେଇଥିବାବେଳେ ୨୩୯ ଜଣ କୃତକାର୍ଯ୍ୟ ହୋଇଛନ୍ତିା
Sambad is now on WhatsApp
Join and get latest news updates delivered to you via WhatsApp
ସେହିପରି ମାହିର (ଯୁକ୍ତ-୨)ରେ ୨୫୮ ଜଣଙ୍କ ମଧ୍ୟରୁ ୨୩୩ ଜଣ, ଆଲିମ୍ ପି୍ର-ଡିଗ୍ରି (ଯୁକ୍ତ-୩)ରେ ୧୧୫ ଜଣଙ୍କ ମଧ୍ୟରେ ୧୧୧ ଜଣ, ଆଲିମ୍ ଫାଇନାଲ୍-ଡିଗ୍ରୀ(ଯୁକ୍ତ-୩)ରେ ସମସ୍ତ ୧୦୪ ଜଣ ପରୀକ୍ଷାର୍ଥୀ, ଫାଜିଲ୍-ଏ ଊର୍ଦ୍ଦୁ(ପିଜି)ରେ ସମସ୍ତ ୭୦ ଜଣ ଏବଂ ଫାଜିଲ୍-ଏ-ହଦିଦ୍(ପିଜି)ରେ ସମସ୍ତ ୩୨ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତିା ଚଳିତ ବର୍ଷ ମୌଲବୀରେ ୮୧.୫୭%, ମାହିରରେ ୯୦.୩୧%, ଆଲିମ୍ ପି୍ର-ଡିଗ୍ରିରେ ୯୬.୫୨% ଏବଂ ଆଲିମ୍ ଫାଇନାଲ୍-ଡିଗ୍ରି, ଫାଜିଲ୍-ଏ ଊର୍ଦ୍ଦୁ ଓ ଫାଜିଲ୍-ଏ-ହଦିଦ୍ରେ ଶତ ପ୍ରତିଶତ ପରୀକ୍ଷାର୍ଥୀ ପାସ୍ କରିଛନ୍ତିା
ମୌଲବୀ ପରୀକ୍ଷାରେ କେନ୍ଦୁଝରର ମହମ୍ମଦ ଇନାମୁର ରହମାନ୍ ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ ମାହିରରେ ଜଗତସିଂହପୁରର ତଜମୁନ୍ ବିବି, ଆଲିମ୍ ପି୍ର-ଡିଗ୍ରିରେ କେନ୍ଦୁଝରର ମହମ୍ମଦ ସାଲିକ୍ ଅସ୍ଗର, ଆଲିମ୍ ଫାଇନାଲ୍-ଡିଗ୍ରିରେ ଖୋର୍ଦ୍ଧାର ମହମ୍ମଦ୍ ତୋସିଫ୍ ରାଜା, ଫାଜିଲ୍-ଏ-ଉର୍ଦ୍ଦୁରେ ଯାଜପୁରର ଏସ୍.କେ. ଅମଜଦ୍ ଅଲ୍ଲୀ ଏବଂ ଫାଜିଲ୍-ଏ-ହଦିଦ୍ରେ କଟକର ମିର୍ ମେହଫୁଜ୍ ଅଲ୍ଲୀ ପ୍ରଥମ ସ୍ଥାନ ଅଧିକାର କରିଛନ୍ତିା