ମଦୁରା ମାଇକ୍ରୋ ଫାଇନାନ୍ସରେ ଠକେଇ: ମ୍ୟାନେଜର ଗିରଫ

ବ୍ରହ୍ମପୁର : ମଦୁରା ମାଇକ୍ରୋ ଫାଇନାନ୍ସ ନାମକ ଏକ କମ୍ପାନିରେ ଥିବା ଦୁଇ ମ୍ୟାନେଜର୍ ୮ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ଠକେଇ କରିଥିବା ନେଇ ଟାଉନ୍‌ ଥାନାରେ ଅଭିଯୋଗ ହୋଇଥିଲା। ପୁଲିସ ଏକ ମାମଲା (୪/୨୦୨୩) ରୁଜୁ କରି ଘଟଣାର ତଦନ୍ତ କରିବା ସହ ଆଜି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି। ସେ ହେଲେ ରଶ୍ମିତା ବେହେରା(୩୫), ଘର ସୁରଙ୍ଗୀ ଗ୍ରାମରେ।

ଅଭିଯୋଗ ମୁତାବକ, ମଦୁରା ମାଇକ୍ରୋ ଫାଇନାନ୍ସ କମ୍ପାନି ବିଭିନ୍ନ ସ୍ଥାନରେ ଏହାର ଶାଖା ଖୋଲି ମହିଳା ଗୋଷ୍ଠୀଙ୍କୁ ଋଣ ଦେଇ କିସ୍ତି ଅନୁସାରେ ଟଙ୍କା ଆଦାୟ କରୁଛି। ଏହି ଫାଇନାନ୍ସ କମ୍ପାନିର ବ୍ରହ୍ମପୁର ସହରରେ ଏକ ଶାଖା ରହିଛି। ଉକ୍ତ ଶାଖାରେ ଗିରଫ ଅଭିଯୁକ୍ତ ରଶ୍ମିତା ମ୍ୟାନେଜର ଥିବା ବେଳେ ଦିଗପହଣ୍ଡିର ବଳରାମ ବେହେରା ସେଣ୍ଟ୍ରାଲ୍ ମ୍ୟାନେଜର ଭାବେ କାର୍ଯ୍ୟ କରୁଥିଲେ।

ସମ୍ବନ୍ଧିତ ଖବର