କବାଟବନ୍ଧ : ଯାଜପୁରର ଧର୍ମଶାଳା ତହସିଲ ଅଞ୍ଚଳରେ ପଥର ମାଫିଆଙ୍କ ଆତଙ୍କରାଜ୍ ଚରମ ସୀମାରେ ପହଞ୍ଚିଛି। ବଳରାମପୁର ସଂରକ୍ଷିତ ଜଙ୍ଗଲ ଅଞ୍ଚଳରୁ ପଥର ମାଫିଆମାନେ ଆଜି ସକାଳେ କଳାପଥର ଚୋରାଚାଲାଣ ବେଳେ ପୁଲିସ ଓ ବନ ବିଭାଗ କର୍ମଚାରୀ ଚଢାଉ କରି ୨ଟି ଟ୍ରାକ୍ଟର ଜବତ କରିଥିଲେ। ମାଫିଆମାନେ ସଂଘବଦ୍ଧ ହୋଇ ପୁଲିସ ଓ ବନକର୍ମଚାରୀଙ୍କ ଉପରେ ଆକ୍ରମଣ କରି ଜବତ ହୋଇଥିବା ଟ୍ରାକ୍ଟର ଛଡ଼ାଇ ନେଇଛନ୍ତି।
ଆଜି ସକାଳେ ବଳରାମପୁର ସଂରକ୍ଷିତ ଜଙ୍ଗଲରୁ କଳାପଥର ଚୋରା ଚାଲାଣ ହେଉଥିବା ଖବର ପାଇ ଜଙ୍ଗଲ ବିଭାଗ କର୍ମଚାରୀ ପୁଲିସ କର୍ମଚାରୀଙ୍କ ସହଯୋଗରେ ଚଢଉ କରିଥିଲେ। ଗଡ଼ମଧୁପୁର ଫରେଷ୍ଟର ରଂଜନ କୁମାର ମିଶ୍ର, ଗାର୍ଡ ଲକ୍ଷ୍ମୀଧର ନାୟକଙ୍କ ସମେତ ୫ ଜଣ ସ୍କ୍ବାଡ୍ ଓ ଦୁଇଜଣ ପୁଲିସ କନେଷ୍ଟବଳ ବଳରାମପୁର ସଂରକ୍ଷିତ ଜଙ୍ଗଲରୁ କଳାପଥର ଚୋରାଚାଲାଣ ହେଉଥିବା (ଓଡି୦୪ବି ୮୮୬୪) ଓ ଅନ୍ୟ ଏକ ନମ୍ବର ବିହୀନ ଟ୍ରାକ୍ଟର ଜବତ କରିଥିଲେ। ତେବେ ପଥର ମାଫିଆ ସ୍ଥାନୀୟ କିଛି ଲୋକଙ୍କୁ ଏକାଠି କରି ବନ ବିଭାଗ ଓ ପୁଲିସ କର୍ମଚାରୀଙ୍କୁ ଘେରି ଯାଇଥିଲେ। ଚଢଉ କରିଥିବା ଅଧିକାରୀ ଓ କର୍ମଚାରୀଙ୍କ ସହିତ ଯୁକ୍ତିତର୍କ କରିବା ସହିତ ଆକ୍ରମଣ ବି କରିଥିଲେ। ଏହାପରେ ଜବତ ଟ୍ରାକ୍ଟରକୁ ଛଡ଼ାଇ ନେଇଥିଲେ। ଜେନାପୁର ପୁଲିସ ୨୭୧/୧୯ରେ ଏକ ମାମଲା ରୁଜୁ କରିଥିଲେ ମଧ୍ୟ ସନ୍ଧ୍ୟା ସୁଦ୍ଧା କାହାରିକୁ ଗିରଫ କରି ନଥିବା ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/11/attack.jpg)