କଟକ : ଖାନନଗର କାଳୀ ମନ୍ଦିର ନିକଟରେ ଥିବା ବିଶ୍ବନାଥ ପଣ୍ତିତ କେନ୍ଦ୍ରୀୟ ପାଠାଗାର ପାଖ ସରକାରୀ ଜମି ଏବେ ମାଫିଆ ଓ ଅପରାଧୀଙ୍କ କବ୍ଜାରେ। ନିର୍ଦ୍ଦିଷ୍ଟ ୩ଟି ଗୋଷ୍ଠୀର ପ୍ରାୟ ୧୫ ଜଣ ସେଠାରେ ଦରବାର ଚଳାଇଛନ୍ତି। ସେହିଠାରୁ ବେଆଇନ ବାଲି, ଗୋଡ଼ି ବ୍ୟବସାୟ ନିୟନ୍ତ୍ରଣ କରାଯାଉଛି। ଅନ୍ୟପଟେ ବିଭିନ୍ନ ପ୍ରକାର ମାଲ୍ ଆଣୁଥିବା ବଡ଼ ଗାଡ଼ି ସହର ଭିତରକୁ ପ୍ରବେଶ କରିବାକୁ ସମସ୍ୟା ହେଉଥିବାରୁ ସେହିଠାରେ ଗାଡ଼ି ପାର୍କି˚ ହେଉଛି। ମାଫିଆ ଗୋଷ୍ଠୀ ଦିନକୁ ହାରାହାରି ଭାବେ ପାର୍କି˚ ଦେୟ ନାଁରେ ୨ ଶହରୁ ୧ ହଜାର ଟଙ୍କା ପର୍ଯ୍ୟନ୍ତ ବଟି ଗାଡ଼ି ଡ୍ରାଇଭରଙ୍କ ନିକଟରୁ ଆଦାୟ କରୁଛନ୍ତି। ଗାଡ଼ିର ଆକାର ଅନୁଯାୟୀ ଏହି ପାର୍କି˚ ଦର ଆଦାୟ ହେଉଛି। ସମ୍ପୂର୍ଣ୍ଣ ବେଆଇନ ଢଙ୍ଗରେ ଏଭଳି କାରବାର ଚାଲିଥିବା ବେଳେ କମିସନରେଟ୍ ପୁଲିସ ଏବ˚ ସିଏମ୍ସି କର୍ତ୍ତୃପକ୍ଷ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ଘଟଣା ଉଭୟ ବିଭାଗର କାର୍ଯ୍ୟକଳାପ ଉପରେ ପ୍ରଶ୍ନ ଚିହ୍ନ ଲଗାଇଛି।
ସୂଚନା ଅନୁଯାୟୀ, ବାଦାମବାଡ଼ି ଅଞ୍ଚଳର ନିର୍ଦ୍ଦିଷ୍ଟ ଏକ ଗୋଷ୍ଠୀ ସିଏମ୍ସିର ପାଖାପାଖି ୨ ଏକର ଜମିକୁ ଏକପ୍ରକାର ଜବରଦଖଲ କରିନେଇଛନ୍ତି। ସେହିଠାରେ ବାଲି, ଗୋଡ଼ି ମହଜୁଦ ରଖାଯାଉଛି। ଟ୍ରାକ୍ଟର୍ରେ ସହର ଭିତରକୁ ଏସବୁ ଚାଲାଣ କରାଯାଉଛି। ଏ ପ୍ରକାର କାରବାର ନିୟନ୍ତ୍ରଣ କରିବା ପାଇଁ ମାଫିଆମାନେ ଦରବାର ଖୋଲିଛନ୍ତି। କେଉଁଠାରୁ ଚୋରା ବାଲି ଗୋଡ଼ି ଆସିବ, ସେଠାରେ ନିଷ୍ପତ୍ତି ହେଉଛି। ସେହିଠାରେ ବେଆଇନ ଭାବେ ଗଢି ଉଠିଥିବା ଏକ ଘରକୁ ବର୍ଷକ ତଳେ ସିଏମ୍ସି ପକ୍ଷରୁ ଭଙ୍ଗାଯାଇଥିଲା। କିନ୍ତୁ ଏବେ ପୁଣି ଘର ତିଆରି କରି ସେଠାରେ ଆଡ୍ଡା ଜମୁଛି। ବାଲି ଗୋଡ଼ି ଲୋଡି˚ ଅନ୍ଲୋଡି˚ ଯୋଗୁଁ ସେହି ରାସ୍ତାରେ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି। ଖାନନଗର ପଟୁ ପାଠାଗାର କିମ୍ବା କାଳୀ ମନ୍ଦିର ଆଡ଼କୁ ଯିବାରେ ସାଧାରଣ ଲୋକଙ୍କ ସମସ୍ୟା ହେଉଛି। ସେହିପରି ସାଇ ମନ୍ଦିର ଆଡ଼ୁ ପାଠାଗାର ଯିବାରେ ମଧ୍ୟ ସମସ୍ୟା ସୃଷ୍ଟି ହେଉଛି।
କେବଳ ବାଲି ଗୋଡ଼ି କାରବାର ନୁହେଁ, ମାଫିଆ ଜବରଦଖଲ କରିଥିବା ଜମିରେ ବଡ଼ ମାଲ୍ବାହୀ ଟ୍ରକ୍ ବିଳମ୍ବିତ ରାତିରେ ପାର୍କି˚ କରୁଛନ୍ତି। ଦୈନିକ ହାରାହାରି ୧୫ଟି ବଡ଼ ଗାଡ଼ି ସେଠାରେ ପାର୍କି˚ କରାଯାଉଛି। ସେଠାରୁ ଛୋଟ ଛୋଟ ଗାଡ଼ିରେ ସହରର ଗଳି କନ୍ଦିକୁ ମାଲ ପଠାଯାଉଛି। ଗୋଟିଏ ରାତି ଗାଡ଼ି ପାର୍କି˚ ବାବଦ ଦେୟ ପାଖାପାଖି ୨ଶହରୁ ୧ ହଜାର ଟଙ୍କା ପର୍ଯ୍ୟନ୍ତ ଜୋର ଜବରଦସ୍ତ ଆଦାୟ କରାଯାଉଛି। ଟଙ୍କା ନଦେଲେ ଡ୍ରାଇଭରଙ୍କୁ ଧମକ ଦିଆଯାଉଛି। ସକାଳ ହେବା ପୂର୍ବରୁ ମାଲ୍ ଅନ୍ଲୋଡି˚ ଶେଷ ହୋଇନଥିଲେ ଗାଡ଼ି ପୁଣି ରାତି ଯାଏ ଅପେକ୍ଷା କରିବାକୁ ପଡ଼ୁଛି। ଦିନରେ ବଡ଼ ଗାଡ଼ି ରି˚ ବନ୍ଧରେ ଚଳାଚଳ ପାଇଁ ଅନୁମତି ନଥିବାରୁ ଗାଡ଼ି ଦିନ ସାରା ପାର୍କି˚ କରୁଛି। ଦିନ ସାରା ଗା଼ଡ଼ି ପାର୍କି˚ କଲେ ସେଥିପାଇଁ ଡ୍ରାଇଭର୍ଙ୍କୁ ଦାବି ମୁତାବକ ବଟି ଦେବାକୁ ପଡୁଛି। ସରକାରୀ ଜମିରେ ମାଫିଆଙ୍କ ଏଭଳି କାରବାର ପ୍ରତି ସିଏମସି ଓ ପୁଲିସ ନିଷ୍କ୍ରିୟ ରହିବା ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରତିକ୍ରିୟା ସୃଷ୍ଟି ହୋଇଛି।