କରଞ୍ଜିଆ: ଯଶୀପୁର ପୁଲିସ୍କୁ ବଡ଼ ସଫଳତା ମିଳିଛି। ଗଞ୍ଜେଇ ଭର୍ତ୍ତି ଗାଡ଼ି ଜବତ ସହ ୩ ମାଫିଆଙ୍କୁ ଗିରଫ କରାଯାଇଛି । ଜବତ
ଗଞ୍ଜେଇର ମୂଲ୍ୟ ୧୦ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି ।
ଖବର ଅନୁଯାୟୀ, କିଛି ଦିନ ବ୍ୟବଧାନରେ ପୁଣି ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଖବର ପାଇ ମାଫିଆଙ୍କୁ ଗୋଡ଼େଇ ଗୋଡ଼େଇ ଯଶିପୁର ପୁଲିସ୍ ଧରିଛି।
ରବିବାର ସକାଳୁ କଟକ ଜିଲ୍ଲା ବଡ଼ମ୍ବା କୋଷିକିଆରି ଅଞ୍ଚଳରୁ ମୟୂରଭଞ୍ଜ ଜିଲ୍ଲା ବିଶୋଇ ଅଞ୍ଚଳକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଖବର ପୁଲିସ୍ ପାଇଥିଲା ।
ଏନେଇ ୪୯ନଂ ଜାତୀୟ ରାଜପଥ କଡ଼ରେ ଯଶୀପୁର ପୋଲିସ ଚେକିଂ କରୁଥିଲା। ଏହି ସମୟରେ ହଠାତ ପୁଲିସ୍କୁ ଦେଖି ମାଫିଆମାନେ ଗାଡ଼ି ବୁଲାଇ ଯଶୀପୁର ଥାନା ଅଙ୍ଗାରପଦା ଗାଁ ରାସ୍ତାରେ ଖସିଯିବାକୁ ଉଦ୍ୟମ କରୁଥିଲେ । ହେଲେ ଯଶୀପୁର ପୁଲିସ୍ ଗୋଡେଇ ଗୋଡେଇ ସେମାନଙ୍କୁ ଧରିବାରେ ସଫଳ ହୋଇଛି।
ସେମାନଙ୍କ ନିକଟରୁ ଦୁଇଟି ଗାଡି ଏବଂ ଏକ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ କରାଯାଇଛି। ଯାହାର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି କୁହାଯାଉଛି। ପୋଲିସ ତିନି ଜଣ ଗଞ୍ଜେଇ ମାଫିଆଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଜଣେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି।
ଗିରଫ ଅଭିଯୁକ୍ତମାନେ ମାଣିଆବନ୍ଧ ଥାନା ଅଞ୍ଚଳର ଅଭୟ ରାଉତ, ସିଦ୍ଧେଶ୍ଵର ସାହୁ ଓ ନିରାକାର ସାହୁ ବୋଲି ଜଣାପଡିଛି। ଯଶୀପୁର ପୁଲିସ୍ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/07/4-12.jpg)
