ଭୁବନେଶ୍ୱର: କ୍ରାଇମ କଣ୍ଟ୍ରୋଲ କରିବା ପାଇଁ ଗୋଟିଏ ପଟେ ପୁଲିସ ଏନକାଉଣ୍ଟର ଚଳାଇଥିବା ବେଳେ, ଅପରାଧୀମାନେ ଲୁଟର ନୂଆ ଉପାୟ ଆପଣାଇଥିବା ନେଇ ଚର୍ଚ୍ଚା ହେଉଛି ।ଏବେ ରାଜଧାନୀରେ ମ୍ୟାଜିକ ବାବା ମାତିଛି। ପ୍ରଥମେ ମ୍ୟାଜିକ ଦେଖାଉଛନ୍ତି ଆଉ ତାପରେ ଟଙ୍କା ସୁନା ଧରି ଉଭାନ ହୋଇଯାଉଛି । ଏହି ମ୍ୟାଜିକ ବାବାକୁ ନେଇ ଚାରିଆଡେ ଚର୍ଚ୍ଚା ଚାଲିଛି ।
Sambad is now on WhatsApp
Join and get latest news updates delivered to you via WhatsApp
ମ୍ୟାଜିକ ବାବା ଆଇନଜୀବୀ ସମରେନ୍ଦ୍ର ସାହୁଙ୍କୁ ଚୁନା ଲଗାଇବା ପରେ ଏବେ ସମାନ ଷ୍ଟାଇଲରେ ବାବା ଗ୍ୟାଙ୍ଗ ଚୁନା ଲଗାଇବାକୁ ଉଦ୍ୟମ କରୁଛି । ବାବା ଗ୍ୟାଙ୍ଗ ବିରୋଧରେ ଏଭଳି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ହାଉସିଂବୋର୍ଡ କଲୋନୀବାସୀ ।
ଚନ୍ଦ୍ରଶେଖରପୁର ହାଉସିଂବୋର୍ଡ କଲୋନୀର ଏଲଆଇଜିରୁ ୩ ମହିଳାଙ୍କୁ ଭଣ୍ଡ ବାବା ଗ୍ୟାଙ୍ଗ ଚୁନା ଲଗାଇବାକୁ ଉଦ୍ୟମ କରିଛନ୍ତି । ବାବା ବେଶରେ ୨ ଭଣ୍ଡ ଜଣକ ପରେ ଜଣେ ମହିଳାଙ୍କ ଘରେ ପହଂଚିଥିଲେ । ପ୍ରଥମେ କିଛି ଟଙ୍କା ମାଗି ସେଗୁଡିକୁ ବିଭୂତିରେ ପରିଣତ କରୁଥିଲେ । ପୁଣି କାହା ଘର ବାହାରେ ପଥରକୁ ମୂର୍ତ୍ତିରେ ପରିଣତ କରିଥିଲେ । ଖାଲି ସେତିକି ନୁହେଁ ବାବା ଗ୍ୟାଙ୍ଗ ଟଙ୍କାକୁ ନେଇ ଡେଉଁରିଆରେ ବି ପରିଣତ କରି ଦେଇଛନ୍ତି । ଏହି ସବୁ ମ୍ୟାଜିକ ଦେଖାଇବା ପରେ, ଭାଗ୍ୟ ପରିବର୍ତ୍ତନ କରିଦେବାକୁ କହି, ହଜାର ହଜାର ଟଙ୍କା ବି ମାଗିଥିଲେ । ଆଉ ଟଙ୍କା ଦେବାକୁ ଅମଙ୍ଗ ହେବାରୁ ମହିଳାଙ୍କ ପାଖରେ ମହଜୁଦ ଟଙ୍କା ଏବଂ ରାସନ ସାମଗ୍ରୀ ନେଇ ଛୁ ମାରିଛନ୍ତି ଏହି ବାବା ଗ୍ୟାଙ୍ଗ ।
ଅନ୍ୟପଟେ ଏହି ଘଟଣା ପରେ, କମିଶନରେଟ ପୁଲିସ ବାବାକୁ ଖୋଜିବା ଆରମ୍ଭ କରିଛି । ଜବତ ହୋଇଥିବା ସିସିଟିଭି ଫୁଟେଜକୁ ରାଜଧାନୀ ଓ ରାଜଧାନୀ ବାହାରକୁ ବି ପଠାଯାଇଛି । ବାବାକୁ ଧରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢାଉ ଆରମ୍ଭ କରିଛି । ତେବେ ଚନ୍ଦ୍ରଶେଖରପୁର ଥାନା ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।