ମାଜିଷ୍ଟ୍ରେଟ ଅନୁପମା ହତ୍ୟା ମାମଲା, ୨୨ରେ ପୂର୍ଣ୍ଣାଙ୍ଗ ଯୁକ୍ତି

କଟକ : ବାଲେଶ୍ୱର ମାଜିଷ୍ଟ୍ରେଟ ଅନୁପମା ବେହେରା ହତ୍ୟାକାଣ୍ଡ ମାମଲାରେ ମାର୍ଚ୍ଚ ୨୨ରେ ଚୂଡାନ୍ତ ପର୍ଯ୍ୟାୟ ଯୁକ୍ତି ଉପସ୍ଥାପନ କରାଯିବ। ଆଜି କଟକ ପ୍ରଥମ ଅତିରିକ୍ତ ଜିଲ୍ଲା ଦୌରା ଜଜ୍‌ ସଂଜୟ କୁମାର ସାହୁଙ୍କ ଇଜିଲାସରେ ମାମଲାର ଶୁଣାଣି ସମୟରେ ଅଭିଯୁକ୍ତଙ୍କ ପକ୍ଷରୁ ଯୁକ୍ତି ଉପସ୍ଥାପନ ପାଇଁ ଅଧିକ ସମୟ ଲୋଡା ଯାଇଥିଲା। ଏହା ପରେ ମାମଲାର ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୨୨କୁ ଧାର୍ଯ୍ୟ କରାଯାଇଥିଲା। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ୨୦୧୩ରେ ଘଟିଥିବା ଏହି ଏହି ବହୁ ଚର୍ଚ୍ଚିତ ହତ୍ୟାକାଣ୍ଡ ମାମଲାର କଟକରେ ଶୁଣାଣି ଚାଲିଛି। ମାର୍ଚ୍ଚ ୭ରେ ମାମଲାର ଚୂଡାନ୍ତ ପର୍ଯ୍ୟାୟ ଯୁକ୍ତି ଉପସ୍ଥାପନ ଆରମ୍ଭ ହୋଇଥିବା ବେଳେ ଏହା ଅସମାପ୍ତ ରହିଛି। ସରକାରଙ୍କ ତରଫରୁ ପବ୍ଲିକ ପ୍ରସିକ୍ୟୁଟର ଅଜିତ କୁମାର ପଟ୍ଟନାୟକ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର