ଶ୍ରୀମନ୍ଦିରରେ ମହାସ୍ନାନ

ଦ୍ବାରପାଳ ପୂଜା ସମୟରେ ଛେପ ପକାଇଦେଲା ଯୁବକ

ପୁରୀ : ଜଣେ ମାନସିକ ବିକୃତ ଯୁବକ ଛେପ ପକାଇ ଦେବାରୁ ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ମହାସ୍ନାନ ହୋଇଛି। ଆଜି ମଧ୍ୟାହ୍ନରେ ଜୟବିଜୟ ଦ୍ବାର ନିକଟରେ ଦ୍ବାରପୂଜା ଚାଲିଥିବା ବେଳେ ଜଣେ ମାନସିକ ବିକୃତ ଯୁବକ ମନ୍ଦିର ଭିତରେ ପ୍ରବେଶ କରିବାକୁ ଉଦ୍ୟମ କରିଥିଲେ। ତେବେ ଠାକୁରଙ୍କ ପୂଜା ଚାଲିଥିବା କାରଣରୁ ତାଙ୍କୁ ମନ୍ଦିର ଭିତରକୁ ଯିବାକୁ ଦେଇନଥିଲେ ଜେଟିପି ଓ ସେବାୟତ। ଟଣାଓଟରା ଭିତରେ ଯୁବକ ଜଣକ ସେଠାରେ ଛେପ ପକାଇ ଦେଇଥିଲେ। ଏହି ଘଟଣା ପରେ ଆଜି ଶ୍ରୀମନ୍ଦିରରେ ମହାସ୍ନାନ କରାଯାଇଥିବା ବେଳେ ନୀତି‌ରେ ବିଳମ୍ବ ଘଟିଥିଲା।

ସମ୍ବନ୍ଧିତ ଖବର