ପୁରୀ: ଶ୍ରୀଗୁଣ୍ଡିଚା ମନ୍ଦିରରୁ ପ୍ରଭୁ ଶ୍ରୀବଳଭଦ୍ର ଦେବୀ ମା’ସୁଭଦ୍ରା ଏବଂ ପ୍ରଭୁ ଶ୍ରୀଜଗନ୍ନାଥଙ୍କର ଶ୍ରୀମନ୍ଦିରକୁ ବାହୁଡ଼ା ଯାତ୍ରା ନୀତି ଆରମ୍ଭ ହୋଇଛି। ପ୍ରଥମେ ଶ୍ରୀଗୁଣ୍ଡିଚା ମନ୍ଦିରରୁ ଚକ୍ରରାଜ ଶ୍ରୀସୁଦର୍ଶନଙ୍କୁ ପହଣ୍ଡିରେ ସେବାୟତମାନେ ଆଣିଛନ୍ତି।
ଏହା ପରେ ପାରମ୍ପରିକ ବାଦ୍ୟର ତାଳେ ତାଳେ ଧାଡ଼ି ପହଣ୍ଡିରେ ତାଳଧ୍ୱଜ ରଥକୁ ବଡ଼ ଠାକୁର ଶ୍ରୀବଳଭଦ୍ରଙ୍କର ବିଜେ କରିବା ନୀତି ଆରମ୍ଭ ହୋଇଛି।
ଶ୍ରୀମସ୍ତକରେ ଟାହିଆ ସୁଶୋଭିତ, ଘଣ୍ଟ, କାହାଳି ତାଳେ ତାଳେ ମହାପ୍ରଭୁ ଶ୍ରୀଜଗନ୍ନାଥ ଭାବବିହ୍ୱଳ ପରିବେଶ ମଧ୍ୟରେ ଧାଡ଼ି ପହଣ୍ଡିରେ ନନ୍ଦିଘୋଷ ରଥକୁ ବିଜେ କରୁଥିବାର ଦିବ୍ୟ ଦୃଶ୍ୟ | pic.twitter.com/QHFOaJPnWb
— Shree Jagannatha Temple, Puri (@JagannathaDhaam) July 5, 2025
ବଡ଼ ଠାକୁର ଶ୍ରୀବଳଭଦ୍ରଙ୍କ ପଛେ ପଛେ ଦେବୀ ମା’ସୁଭଦ୍ରା ଧାଡ଼ି ପହଣ୍ଡିରେ ଦର୍ପଦଳନ ରଥକୁ ବିଜେ କରିବା ଆରମ୍ଭ କରିବା ପରେ ମହାପ୍ରଭୁ କାଳିଆ ସାଆନ୍ତ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଧାଡ଼ି ପହଣ୍ଡିରେ ନନ୍ଦିଘୋଷ ରଥକୁ ବିଜେ କରିବା ନୀତି ଆରମ୍ଭ ହୋଇଛି।
Bahuda Yatra 2025 | Rath Yatra 2025 | lord jagannath