କାମାକ୍ଷାନଗର: ଢେଙ୍କାନାଳ ଜିଲା ମହାବିରୋଡ଼ ଥାନା ମହାବିରୋଡ଼ ଓଡିଶା ଗ୍ରାମ୍ୟ ବ୍ୟାଙ୍କ ଶାଖାରୁ ଗତକାଲି ଦ୍ବିପ୍ରହରରେ ଟଙ୍କା ଓ ସୁନା ବାକ୍ସ ଲୁଟିବା ଘଟଣାରେ ପୁଲିସର ହାତ ୨୪ ଘଣ୍ଟା ପରେ ବି ଖାଲି ରହିଛି। ଆଜି ଘଟଣାସ୍ଥଳରେ ଅନୁଗୁଳ ଜିଲ୍ଲା ତାଳଚେର ଡିଆଇଜି ବ୍ରିଜେସ କୁମାର ରାୟ ଓ ଢେଙ୍କାନାଳ ଏସପି ଜ୍ଞାନ ରଞ୍ଜନ ମହାପାତ୍ର ପହଞ୍ଚିବା ସହ ବ୍ୟାଙ୍କ ଭିତରକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ। ସେମାନେ ବ୍ୟାଙ୍କ କର୍ମଚାରୀଙ୍କ ସହ ଆଲୋଚନା କରି ତଦନ୍ତ କରିଛନ୍ତି।। ପୁଲିସ ତରଫରୁ ଏକ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇ ତଦନ୍ତ କରିବା ସହ ବିଭିନ୍ନ ସ୍ଥାନରେ ରେଡ କରାଯାଉଛି।ବ୍ୟାଙ୍କରେ ଲାଗିଥିବା ସିସିଟିଭିକୁ ଅନୁଧାନ କରି ତଦନ୍ତ କରାଯାଉଥିବା କହିଛନ୍ତି ଡିଆଇଜି।
ସୂଚନାଯୋଗ୍ୟ, ଦୁର୍ବୃତ୍ତମାନେ ଶୁକ୍ରବାର ଅପରାହ୍ଣରେ ବନ୍ଧୁକ ଓ ଭୁଜାଲି ଦେଖାଇ ଭୟଭୀତ କରିବା ସହ ଫାଙ୍କା ଗୁଳି ଚଳାଇ ବ୍ୟାଙ୍କରୁ ଲୁଟ୍ କରିଥିଲେ। ୨ଟି ବାଇକ୍ରେ ୪ଜଣ ଆସି ହଠାତ ବ୍ୟାଙ୍କ ଭିତରେ ପଶିବା ସହ ଲୁଟିବା ସହ ଫେରାର ହୋଇଯାଇଥିଲେ। ପ୍ରାଥମିକ ଭାବେ ୬ଲକ୍ଷ ଟଙ୍କା ଓ ୪ଟି ସୁନା ବାକ୍ସରୁ ୫୩୫ଟି ପ୍ୟାକେଟ ସୁନା ଲୁଟ ହୋଇଥିବା ଡିଆଇଜି ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/02/c6291dd6-609e-4ddc-a144-ffd26c170f18.jpg)