କେନ୍ଦୁଝର: କେନ୍ଦୁଝର ଟାଉନ ଥାନା ପୁଲିସ ଏକ ଡକାୟତ ଗ୍ୟାଙ୍ଗ୍କୁ କାବୁ କରିବାରେ ସଫଳ ହୋଇଛି। ‘ମହାକାଳ’ ଗ୍ୟାଙ୍ଗ୍ ନାମରେ ଲୁଟ୍ତରାଜ କରୁଥିବା ଏହି ଦଳର ୯ ଜଣ ସଦସ୍ୟଙ୍କୁ ପୁଲିସ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ମୟୂରଭଞ୍ଜ ଘାଗରବେଡ଼ାର ଗଣେଶ ଗିରି ସମେତ ପ୍ରିୟଦର୍ଶନ ପ୍ରଧାନ, ପର୍ଶୁରାମ ପ୍ରଧାନ, ନିର୍ମଳ ପ୍ରଧାନ, ସୁବାସ ଗିରି, ରଞ୍ଜନ ପଲେଇ, ବିନୋଦ ମୁଣ୍ଡା, ରୋହିତ ନାଏକ ଓ ଏମଡି ଜିସାନ। ଏମାନଙ୍କଠାରୁ ୫ଟି ପିସ୍ତଲ, ବହୁ ଫୁଟା ଓ ୨୫ଟି ଅଫୁଟା ଗୁଳି, ୭ଟି ମାଗାଜିନ୍, ଖଣ୍ଡା, କଟୁରି, ଲୁହାଛଡ଼ ଆଦି ମାରଣାସ୍ତ୍ର ଜବତ ହୋଇଛି। ସେମାନଙ୍କ ନାମରେ କେନ୍ଦୁଝର, ମୟୂରଭଞ୍ଜ ଜିଲ୍ଲା ତଥା ଝାଡ଼ଖଣ୍ଡରେ ୩୭ରୁ ଅଧିକ ଆପରାଧିକ ମାମଲା ରହିଛି। ବେଆଇନ ବାଲି ଖନନ, ଗୋରୁ ଚୋରି, ଅସ୍ତ୍ରଶସ୍ତ୍ର କାରବାର, ଡକାୟତି, ଜୋରଜବରଦସ୍ତ ଚାନ୍ଦା ଆଦାୟ ଓ ସୁପାରି କିଲିଂ ଭଳି ସଙ୍ଗିନ୍ ଅପରାଧରେ ‘ମହାକାଳ’ ଗ୍ୟାଙ୍ଗର ସଂପୃକ୍ତି ଥିବା ତଦନ୍ତରୁ ଜଣାପଡ଼ିଛି।
ବ୍ୟାଙ୍କ ଡକାୟତି ଉଦ୍ୟମ ବେଳେ ୯ ଗିରଫ, ୫ ପିସ୍ତଲ ଜବତ
ସାମାଜିକ ଗଣମାଧ୍ୟମରେ ରିଲ୍ସ କରି ଭୟ ସଞ୍ଚାର କରୁଥିଲେ
ଲୁଟ ଟଙ୍କାରେ ବିଳାସପୂର୍ଣ୍ଣ ଜୀବନଶୈଳୀ ଓ ଚଳଣି
ଅଭିଯୁକ୍ତମାନେ ସାମାଜିକ ଗଣମାଧ୍ୟମରେ ରିଲ୍ସ କରି ସେମାନଙ୍କ ଆଧିପତ୍ୟ ଜାହିର କରୁଥିଲେ। ସାଧାରଣ ଲୋକଙ୍କ ମଧ୍ୟରେ ଭୟ ସଞ୍ଚାର କରୁଥିଲେ। ସେମାନଙ୍କର ବିଳାସପୂର୍ଣ୍ଣ ଜୀବନଶୈଳୀ ଓ ଚଳଣି ଭିଡିଓ ସବୁ ଭାଇରାଲ୍ ହେବାରେ ଲାଗିଛି। ଅଭିଯୁକ୍ତମାନେ କେନ୍ଦୁଝର ନରଣପୁର ବ୍ୟାଙ୍କ ଅଫ୍ ଇଣ୍ଡିଆ ଶାଖାରୁ ଡକାୟତି କରିବାକୁ ଯୋଜନା କରିଥିଲେ। ପୁଲିସ କୌଶଳକ୍ରମେ ସେମାନଙ୍କୁ କାବୁ କରିଥିଲା। ଏହି ସମୟରେ ସେମାନେ ପୁଲିସ ଉପରକୁ ଗୁଳି ମଧ୍ୟ ଚଳାଇଥିଲେ। ଏ ସଂକ୍ରାନ୍ତରେ କେନ୍ଦୁଝର ଟାଉନ ଥାନାରେ କେସ୍ ନମ୍ବର ୭୮୫/୨୦୨୫ ରୁଜୁ କରି ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଛି ବୋଲି ଏସ୍ପି ନିତିନ କୁଶଲକର ଆଜି ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/10/11/dagaddgdgdg-2025-10-11-02-48-54.jpg)