ମହାକାଳପଡ଼ା ‘ଆବାସ’ ମହାଦୁର୍ନୀତି : ଫସିଲେ ଯନ୍ତ୍ରୀ, ପିଇଓ, ଶିକ୍ଷକ, କିରାଣି

ପିଇଓ, ଯନ୍ତ୍ରୀଙ୍କ ନିଲମ୍ବନ ସୁପାରିସ, ତିନି ସରକାରୀ ବାବୁଙ୍କ ନାଁରେ ଏତଲା

କେନ୍ଦ୍ରାପଡ଼ା/ମହାକାଳପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ମହାକାଳପଡ଼ା ବ୍ଲକ୍ ନାଞ୍ଜୁରା ପଂଚାୟତ ଆବାସ ମହାଦୁର୍ନୀତି ଘଟଣାରେ ବଡ଼ଧରଣର କାର୍ଯ୍ୟାନୁଷ୍ଠାନ ହୋଇଛି। କେବଳ ସରକାରୀ ଅଧିକାରୀ ଓ ଯନ୍ତ୍ରୀ ନୁହନ୍ତି; ଅଯୋଗ୍ୟ ହିତାଧିକାରୀ ଭାବେ ଶିକ୍ଷକ, କିରାଣି ବି ଏହି ଦୁର୍ନୀତିରେ ଫସିଛନ୍ତି।

ମିଳିଥିବା ସୂଚନା ଅନୁସାରେ, ତଦନ୍ତକାରୀ ରାଜ୍ୟ ଟିମ୍‌ର ସୁପାରିସ କ୍ରମେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ଦିଲ୍ଲୀପ ପରିଡ଼ା ନାଞ୍ଜୁରା ପଂଚାୟତ ନିର୍ବାହୀ ଅଧିକାରୀ(ପିଇଓ) ଅଲେଖ ପ୍ରଧାନ ଓ କନିଷ୍ଠ ଯନ୍ତ୍ରୀ ମାନସ ରଂଜନ ସାହୁଙ୍କୁ ଚାକିରିରୁ ନିଲମ୍ବନ ପାଇଁ ସୁପାରିସ କରିଛନ୍ତି। କେବଳ ସେତିକି ନୁହେଁ, ପିଇଓ ଶ୍ରୀ ପ୍ରଧାନଙ୍କ ସମେତ ସରକାରୀ ଚାକିରିଆ ହୋଇ ଘର ହାତେଇଥିବା ଶିକ୍ଷକ ଉମାକାନ୍ତ ନାୟକ ଓ କିରାଣି ସଂଜୟ ସ୍ବାଇଁଙ୍କ ନାଁରେ ତନ୍ତିଆପାଳ ଥାନାରେ ମହାକାଳପଡ଼ା ବିଡିଓ ଏତଲା ଦେଇଛନ୍ତି। ବିଳମ୍ବରେ ହେଲେ ମଧ୍ୟ ପ୍ରଶାସନର ଏଭଳି କାର୍ଯ୍ୟାନୁଷ୍ଠାନ ଜିଲ୍ଲାରେ କାର୍ଯ୍ୟରତ ଅସାଧୁ ଅଧିକାରୀ ତଥା କର୍ମଚାରୀଙ୍କ ମହଲରେ ଆଲୋଡ଼ନ ଖେଳାଇ ଦେଇଛି।

ସମ୍ବନ୍ଧିତ ଖବର