ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ମୁର୍ଷୁଣ୍ଢିଠାରେ ଏକ ମହାଲକ୍ଷ୍ମୀ ମନ୍ଦିର ନିର୍ମାଣ ହେବ। ଏହାର ନିର୍ମାଣ ପାଇଁ ପ୍ରାୟ ୩ କୋଟି ଟଙ୍କା ଖର୍ଚ୍ଚ ଆକଳନ କରାଯାଇଛି। ଏଠାରେ ଭବ୍ୟ ମନ୍ଦିର ନିର୍ମାଣ ପୂର୍ବରୁ ପବିତ୍ର ମାର୍ଗଶୀର ମାସ ତୃତୀୟ ଗୁରୁବାର ଅବସରରେ ଭୂମିପୂଜନ ଓ ଶୁଭସ୍ତମ୍ଭ ସ୍ଥାପନ କରାଯାଇଛି। ଭୋର ସକାଳୁ ମନ୍ଦିର ନିର୍ମାଣ ହେବାକୁ ଥିବା ସ୍ଥାନରେ ପୂଜାର୍ଚ୍ଚନା ପରେ ମୁର୍ଷୁଣ୍ଢି ଜଗନ୍ନାଥ ମନ୍ଦିରେ ପୂଜା ଆଳତି କରାଯାଇଥିଲା। ପରେ ଆଜ୍ଞାମାଳ ସହିତ ଶୁଭସ୍ତମ୍ଭ ଓ ବାନା ବଇରଖ ଧରି ଏକ ଭବ୍ୟ ଆଧ୍ୟାତ୍ମିକ ଶୋଭାଯାତ୍ରା ନିର୍ମାଣ ସ୍ଥାନରେ ପହଞ୍ଚି ଥିଲା।

Advertisment

କମିଟିର ଉପଦେଷ୍ଟା ତଥା ଗଜଲକ୍ଷ୍ମୀ ପୂଜା କମିଟିର ବରିଷ୍ଠ ଉପଦେଷ୍ଟା ସତ୍ୟଞ୍ଜିବ ମିଶ୍ର କହିଛନ୍ତି, ପ୍ରାୟ ତିନି ଏକର ଜମିରେ ମା’ ମହାଲକ୍ଷ୍ମୀଙ୍କ ଭବ୍ୟ ମନ୍ଦିର ନିର୍ମାଣ ହେବା ସହିତ ଏହା ଯେଭଳି ଭାବରେ ଏକ ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇବ ସେଥିପାଇଁ ସମସ୍ତ ପ୍ରୟାସ କରାଯିବ। ମୁର୍ଷୁଣ୍ଢି ଗଜଲକ୍ଷ୍ମୀ ପୂଜା ୪୧ ବର୍ଷରେ ପଦାର୍ପଣ କରିଛି। ଗତ ଲକ୍ଷ୍ମୀପୂଜାର ଅନ୍ତିମ ଦିନରେ ମହାଲକ୍ଷ୍ମୀଙ୍କ ମନ୍ଦିର ପ୍ରତିଷ୍ଠା ପାଇଁ କମିଟି ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା।

publive-image

ସମାରୋହରେ କର୍ତ୍ତା ଭାବରେ ବିଶିଷ୍ଟ ଯୁବ ସମାଜସେବୀ ପ୍ରେମାନନ୍ଦ ଜଟି ଓ ତାଙ୍କ ଧର୍ମପତ୍ନୀ ସ୍ନେହାରାଣୀ ଜଟି କାର୍ଯ୍ୟ ତୁଲାଇଥିଲେ। ପଣ୍ଡିତ ଭାବରେ ସଚ୍ଚିଦାନନ୍ଦ ପଣ୍ଡା, ବନ ବିହାରୀ ଚାନ୍ଦ, ସଦାନନ୍ଦ ପଣ୍ଡା, ପ୍ରଦିପ କୁମାର ରଥ, ବାବୁଲା ପଣ୍ଡା ପ୍ରମୁଖ କାର୍ଯ୍ୟ ସମ୍ପାଦନ କରିଥିଲେ। କମିଟିର ସଭାପତି ଲବ କୁମାର ସାହୁ, ସମ୍ପାଦକ ତ୍ରୟଞ୍ଜୀବ ମିଶ୍ର, କୋଷାଧ୍ୟକ୍ଷ ସତ୍ୟମୋହନ ବେଦପାଣୀ, ଉପସଭାପତି ଧନଞ୍ଜୟ ସାହୁ, ସହସମ୍ପାଦକ ବିଦ୍ୟାଧର ଖୁର୍ଡିଆ, ବରିଷ୍ଠ ଉପଦେଷ୍ଟା ରାଜଗୋପାଲ ପାଣିଗ୍ରାହୀଙ୍କ ନେତୃତ୍ୱରେ ଅଞ୍ଚଳର ବହୁ ବୁଦ୍ଧିଜୀବୀ ଓ ବରିଷ୍ଠ ନେତା ସାମିଲ ହୋଇଥିଲେ। ବୀରାମହରାଜପୁର ବ୍ଳକ ଅଧ୍ୟକ୍ଷା ଶାନ୍ତି ଲୁହା, ଉପାଧ୍ୟକ୍ଷ ନାରାୟଣ ଲୁହା, ରାଜ୍ୟ ବିଜେପିର କାର୍ଯ୍ୟକାରିଣୀ ସଦସ୍ୟ ରଘୁନାଥ ଜଗଦଲା, ପୂର୍ବତନ ଜିଲ୍ଲାପରିଷଦ ଅଧ୍ୟକ୍ଷ ଆନନ୍ଦ ବାରିକ, ପୂର୍ବତନ ଜିଲ୍ଲାପରିଷଦ ଅଧ୍ୟକ୍ଷା ଉଷା କୁମାରୀ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ସୁରେନ୍ଦ୍ର ପତି, ନଳିନୀ ପଣ୍ଡା, କଂଗ୍ରେସ ନେତା ପ୍ରଦୀପ ସେଠୀ, ବିଶିଷ୍ଟ ସମାଜସେବୀ ପ୍ରଶାନ୍ତ କୁମାର ବାବୁ, ମୁର୍ଷୁଣ୍ଢି ସରପଞ୍ଚ ମନୋଜ ସାହୁ, ସମିତି ସଭ୍ୟ ରିତା ଗର୍ଡିଆ, ଆତ୍ମାର ଅଧ୍ୟକ୍ଷ ବିବସ୍ବତି ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ମୁର୍ଷୁଣ୍ଢି ଗ୍ରାମବାସୀ ସହଯୋଗ କରିଥିଲେ। ଶେଷରେ ସାମୁହିକ ପ୍ରସାଦ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା