ବ୍ରହ୍ମଗିରି : ଶ୍ରୀଅଲାରନାଥଙ୍କ ମନ୍ଦିର ଭିତରେ ଥିବା ଶ୍ରୀମହାଲକ୍ଷ୍ମୀଙ୍କ ଶୁକ୍ରବାର ଦିନ ପବିତ୍ର ଏକାଦଶୀ ତିଥିରେ ରାଜରାଜେଶ୍ବରୀ ବେଶ ବଢ଼ିଛି। ଶ୍ରଦ୍ଧାଳୁଙ୍କ ଭିଡ ମନ୍ଦିରକୁ ଲାଗିଥିଲା। ଏକାଦଶୀ ବେଢ଼ା ଦର୍ଶନ ପାଇଁ ହବିଷ୍ୟାଳିଙ୍କମାନେ ଭିଡ଼ ଜମାଇଥିବାବେଳେ ରାଧାଦାମୋଦର ବେଶ ଦର୍ଶନ ସହିତ ବେଢ଼ାରେ ବିଜୟ ବିଗ୍ରହଙ୍କୁ ଦର୍ଶନ ପାଇଁ ପ୍ରବଳ ଗହଳି ଲାଗିଥିଲା। ମନ୍ଦିର ବେଢ଼ା ଭିତରେ ହବିଷ୍ୟାଳି ରାଧାଦାମୋଦର ପୂଜାର୍ଚ୍ଚନା କରିଛନ୍ତି। ଏକାଦଶୀ ବେଢ଼ା ଦର୍ଶନ ପାଇଁ ଆସିଥିବା ଶ୍ରଦ୍ଧାଳୁଙ୍କ ଭିଡ ଟଙ୍କ ତୋରାଣି ପାଖରେ ଲାଗିଥିଲା। ଶହ ଶହ ଶ୍ରଦ୍ଧାଳୁ ଟଙ୍କ ତୋରାଣି ପାଇବା ପାଇଁ ବ୍ୟାକୁଳ ହୋଇଥିବାର ଦେଖାଯାଇଥିଲା। ଏକାଦଶୀ ବେଢ଼ା ପାଇଁ ଶହ ଶହ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଥିବା ବେଳେ ଅଲାରନାଥ ଯୁବକ ସଂଘ ପକ୍ଷରୁ ଶ୍ରଦ୍ଧାଳୁଙ୍କ ସେବା କରାଯାଇଛି। ଶ୍ରଦ୍ଧାଳୁଙ୍କୁ ଟଙ୍କ ତୋରାଣି ଦିଆଯିବା ସହିତ ଶୃଙ୍ଖଳିତ ଦର୍ଶନ ପାଇଁ ଯୁବକ ସଂଘର କର୍ମକର୍ତ୍ତା ଓ ସଦସ୍ୟ ସହଯୋଗ କରିଥିଲେ।

Advertisment

ବଜାରରେ ଟ୍ରାଫିକ୍‌ ଅଣାୟତ୍ତ
ବ୍ରହ୍ମଗିରି : ଶୁକ୍ରବାର ଦିନ ଶ୍ରୀଅଲାରନାଥଙ୍କ ଏକାଦଶୀ ଦର୍ଶନ ଅବସରରେ ପ୍ରବଳ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଥିଲା। ଏହାରି ଭିତରେ ସନ୍ଧ୍ୟାରେ ବ୍ରହ୍ମଗିରି ବଜାରରେ ପ୍ରବଳ ଟ୍ରାଫିକ ଜାମ ହୋଇଥିଲା। ମନ୍ଦିରକୁ ଯିବା ରାସ୍ତାରେ ପ୍ରବଳ ଟ୍ରାଫିକ ଜାମ୍‌ ହୋଇଥିଲା। ସାଧାରଣ ଶ୍ରଦ୍ଧାଳୁଙ୍କଠାରୁ ଆରମ୍ଭ କରି ପର୍ଯ୍ୟଟକ ନାକେଦମ ହେବାର ଦେଖିବାକୁ ମିଳିଥିଲା।