ଗୋବିନ୍ଦ ସାହୁ ସ୍କୁଲର ମାଲିକ, କଲେଜର ନୁହେଁ ବୋଲି କହିଲେ ମହାଲିଙ୍ଗ କଲେଜ ପରିଚାଳନା କମିଟି ସଦସ୍ୟ

ଭୁବନେଶ୍ବର:  ମମିତା ମେହେର ମୃତ୍ୟୁ ଘଟଣାରେ ଚର୍ଚ୍ଚାକୁ ଆସିଥିବା ମହାଲିଙ୍ଗ କଲେଜର ପରିଚାଳନା କମିଟି ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା । ଏହି ସାମ୍ବାଦିକ ସମ୍ମିଳନୀରେ ପରିଚାଳନା କମିଟିର ସଦସ୍ୟ କଲେଜକୁ ଜାଣିଶୁଣି ବଦନାମ କରାଯାଉଥିବା ଅଭିଯୋଗ ଆଣିଛନ୍ତି । ଖାଲି ସେତିକି ନୁହେଁ, ଏହି କଲେଜର ମାଲିକ ଗୋବିନ୍ଦ ସାହୁ ନୁହେଁ ବୋଲି ସେମାନେ କହିଛନ୍ତି ।

ତାଙ୍କ କହିବା ମୁତାବକ, ମହାଲିଙ୍ଗ କଲେଜ ହେଉଛି ଏକ ସାଧାରଣ କଲେଜ । ସମ୍ବଲପୁର ବିଶ୍ୱବିଦ୍ୟାଳୟ ଅଧିନରେ ଏହାର ସମସ୍ତ କାଗଜପତ୍ର ରହିଛି । ଏହି କଲେଜର ମାଲିକ ଗୋବିନ୍ଦ ସାହୁ ବୋଲି ଯେଉଁ ଖବର ପ୍ରକାଶ ପାଉଛି ତାହା ଭୁଲ ବୋଲି ସେମାନେ କହିଛନ୍ତି । ତା’ ସହିତ ଗୋବିନ୍ଦ ସାହୁ ସ୍କୁଲର ମାଲିକ, କଲେଜର ନୁହେଁ । ସ୍କୁଲରେ ଯାହା ହେଲା ସେ ନେଇ କଲେଜର କୌଣସି ସଂପୃକ୍ତି ନାହିଁ ବୋଲି ପରିଚାଳନା କମିଟି ପକ୍ଷରୁ କୁହାଯାଇଛି ।

କଲେଜକୁ ୧୦ ବର୍ଷ ହୋଇସାରିଲାଣି । ଏହି ସମୟ ଭିତରେ ପ୍ରାୟ ୫ ହଜାର ପିଲା କଲେଜରୁ ପାସ୍ କରିସାରିଲେଣି । ହେଲେ ଏପର୍ଯ୍ୟନ୍ତ କୌଣସି ଛାତ୍ର କଲେଜ ନେଇ କୌଣସି ଅଭିଯୋଗ ଆଣିନାହାନ୍ତି । ଏଥିସହିତ କଲେଜର ଷ୍ଟୋର ରୁମକୁ ଗୁପ୍ତ କଠୋରୀ ବୋଲି କହି ବଦନାମ କରାଯାଉଛି । ଏହି ଷ୍ଟୋର ରୁମରେ ପୁରୁଣା ଚେୟାର ରଖାଯାଇଛି । କିଛି ଗଣମାଧ୍ୟମରେ ଏହି ଷ୍ଟୋର ରୁମକୁ ଗୁପ୍ତ କଠୋରୀ ଓ ରଙ୍ଗମହଲ ବୋଲି କୁହାଯାଉଛି, ଯାହାକି ସମ୍ପୂର୍ଣ୍ଣ ଭାବେ ମିଛ ଖବର ବୋଲି ମହାଲିଙ୍ଗ କଲେଜ ପରିଚାଳନା କମିଟି ପକ୍ଷରୁ କୁହାଯାଇଛି ।

ସମ୍ବନ୍ଧିତ ଖବର