ଭୁବନେଶ୍ୱର/ବାଲିଅନ୍ତା: ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀ ଉତ୍ସବ ସମଗ୍ର ରାଜ୍ୟରେ ପାଳିତ େହାଇଛି। ଭୁବନେଶ୍ବରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ଥାନୀୟ ବାଲିଅନ୍ତାସ୍ଥିତ ଗାନ୍ଧୀ ସ୍ମୃତି ପୀଠ ଗସ୍ତ କରି େସଠାରେ ଗାନ୍ଧୀ େଜ୍ୟାତି ଯାତ୍ରାର ଶୁଭାରମ୍ଭ କରିଥିଲେ। ଏହି ଅବସରରେ େସଠାରେ ଆେୟାଜିତ ଗାନ୍ଧୀଜୀ ଓ ଓଡ଼ିଶା ଶୀର୍ଷକ ଏକ ଫଟୋଚିତ୍ର ପ୍ରଦର୍ଶନୀ ଉଦଘାଟନ କରାଯାଇଥିଲା। ମୁଖ୍ୟମନ୍ତ୍ରୀ କହିଥିଲେ, ଗାନ୍ଧୀଜୀଙ୍କ ଆଦର୍ଶ ଓ ବିଚାରଧାରାର ପ୍ରସାର ପାଇଁ ଦୁଇ ବର୍ଷ ଧରି ବିଭିନ୍ନ କାର୍ଯ୍ୟକ୍ରମ ଗ୍ରହଣ କରାଯିବ। ଗାନ୍ଧିଜୀ ତାଙ୍କ ଓଡ଼ିଶା ଗସ୍ତ ସମୟରେ ବାଲିଅନ୍ତାରେ ୩ଦିନ ରହିଥିଲେ। ଏଣୁ ତାଙ୍କ ସ୍ମୃତିରେ କୁଶଭଦ୍ରା ନଦୀର ବାଲିଅନ୍ତା-ବାଳକାଟି ରାସ୍ତା (ପୁରୁଣା ଜଗନ୍ନାଥ ସଡକ) ଉପରେ ନିର୍ମାଣ େହାଇଥିବା େସତୁକୁ ମହାତ୍ମାଗାନ୍ଧୀଙ୍କ ନାମରେ ନାମକରଣ କରାଯାଇଥିଲା। ୨୭ େକାଟି ଟଙ୍କା ବ୍ୟୟରେ ନିର୍ମିତ ଏହି େସତୁକୁ ଆଜି ମୁଖ୍ୟମନ୍ତ୍ରୀ େଲାକାର୍ପିତ କରିଥିଲେ। ଏହି େସତୁ ନିକଟରେ ମହାତ୍ମା ଗାନ୍ଧୀଙ୍କ ଏକ ପ୍ରତିମୂର୍ତିକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଅନାବରଣ କରିଥିଲେ।

Advertisment

ଏହା ପୂର୍ବରୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବିଧାନସଭା ପରିସରରେ ଥିବା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ପ୍ରଦାନ ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଧାନସଭା ବାଚସ୍ପତି ପ୍ରଦୀପ କୁମାର ଅମାତ, ସୂଚନା ଓ େଲାକସଂପର୍କ ମନ୍ତ୍ରୀ ପ୍ରତାପ େଜନା, ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡା ଓ ଅନ୍ୟ ଅତିଥିମାେନ େଯାଗ େଦଇଥିେଲ।

ଉଲ୍ଲେଖଯୋଗ୍ୟ, ରାଜଧାନୀର ଗୀତ େଗାବିନ୍ଦ ସଦନରେ ମଧ୍ୟ ଏକ ଫଟୋ ପ୍ରଦର୍ଶନୀର ଆୟୋଜିତ େହାଇଛି। ଏହି ପ୍ରଦର୍ଶନୀକୁ ସୂଚନା ଓ େଲାକସଂପର୍କ ମନ୍ତ୍ରୀ ପ୍ରତାପ େଜନା ଉଦଘାଟନ କରିଥିଲେ। ଉଭୟ ପ୍ରଦର୍ଶନୀରେ ମହାତ୍ମା ଗାନ୍ଧୀଙ୍କ ବାଲ୍ୟଜୀବନ ଠାରୁ ଆରମ୍ଭ କରି ପାରିବାରିକ ଜୀବନ ଓ ବହୁ ବିେଶଷ ମୁହୂର୍ତର ଫଟୋ ଚିତ୍ର ସ୍ଥାନ ପାଇଥିଲା। ଏଥିରେ ଗାନ୍ଧୀଜୀଙ୍କ ଓଡ଼ିଶା ଗସ୍ତ ସମୟର ବହୁ ବିରଳ ଫଟୋ ଚିତ୍ର ମଧ୍ୟ ରହିଛି। ବାଲିଅନ୍ତାସ୍ଥିତ ପ୍ରଦର୍ଶନୀ ଉଦଘାଟନ ସମୟରେ ଅର୍ଥମନ୍ତ୍ରୀ ଶଶୀଭୂଷଣ େବହେରା, ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ଓ ଜିଲ୍ଲାପାଳ ନିର୍ମଳ ଚନ୍ଦ୍ର ମିଶ୍ର ପ୍ରମୁଖ ଉପସ୍ଥିତ ଥିେଲ।