ପ୍ରକୃତି, ସଂସ୍କୃତି ଓ ପ୍ରଗତି-ଏହି ତିନୋଟି ଉପାଦାନର ସମନ୍ୱୟ ହେଉଛନ୍ତି ମା’ ସମଲେଶ୍ୱରୀଙ୍କ ଆରାଧନାର ମୂଳଭିତ୍ତି। କିଂବଦନ୍ତିର ଅମର ଅକ୍ଷରରେ ଲିପିବଦ୍ଧ ମହାନଦୀ କୂଳେ ସମ୍ଭୂତା ମାତା ସମଲେଶ୍ୱରୀଙ୍କ ସମ୍ବଲପୁରସ୍ଥିତ ମନ୍ଦିର ନିକଟରେ ନିର୍ମିତ ହୋଇଛି ମହାନଦୀ ଆରତି ଘାଟ। ପଶ୍ଚିମ ଓଡ଼ିଶାର ଜୀବନରେଖା ଭାବେ ମହାନଦୀ ବିଶେଷ ସ୍ଥାନ ପାଇଛି। କବି ଗଙ୍ଗାଧର ମେହେରଙ୍କ ଚର୍ଚ୍ଚିତ କାବ୍ୟ ତପସ୍ୱିନୀରେ ମହାନଦୀ ସମ୍ବନ୍ଧୀୟ ସେହି ଅମର ପଦ ସର୍ବଜନାଦୃତ ‘ଥ।ଉ ଗିରୀନ୍ଦ୍ର ସୂତ। ସେବିଷ୍ଣୁ ପଦୀ, ତୋ ଦତ୍ତ ଉପ‌ାଧିରେ ମୁଁ ମହ‌ାନଦୀ।’ ମହ‌ାନଦୀର ସେହି ପୁରାଣ ପ୍ରସିଦ୍ଧ ଅମ୍ଳାନ ବୈଶିଷ୍ଟ୍ୟକୁ ଅନୁଭବ କରି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନ‌ାୟକ ମହାନଦୀ ଆରତି ପାଇଁ ଏକ ଘାଟ ନିର୍ମ।ଣର ନିଷ୍ପତ୍ତି ନେଇଥିଲେ। ଏଥିପ୍ରତି ବିଶେଷଭାବେ ଗୁରୁତ୍ୱ ଦେଇ ୫-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ମହାନଦୀର ଆରତି ବ୍ୟବସ୍ଥା ପାଇଁ ସ୍ୱତନ୍ତ୍ର ଭାବେ ଉଦ୍ୟମ କରିଆସୁଛନ୍ତି। ଆସନ୍ତା ୨୭ ତ‌ାରିଖ ସନ୍ଧ୍ୟାରେ ସେ ନିଜେ ଉପସ୍ଥିତ ରହି ମହାନଦୀ ଆରତି କରିବା ସହିତ ମା’ ସମଲେଶ୍ୱରୀ ଓ ମହାନଦୀ ପ୍ରତି ନିଜ ଭକ୍ତି ନୈବେଦ୍ୟ ଅର୍ପଣ କରିବେ। ଆରତି ଦେଖିବାପ‌ାଇଁ ନିର୍ମିତ ହୋଇଥିବା ସ୍ଥାନରେ ପ୍ରାୟ ୨ ହଜାର ଲୋକ ଏକସାଙ୍ଗରେ ଉପସ୍ଥିତ ରହି ମହାନଦୀ ଆରତିର ଆଧ୍ୟାତ୍ମିକ ଅନୁଭବପ୍ରାପ୍ତ ହେଇପାରିବେ।

Advertisment

ସମଲେଶ୍ୱରୀଙ୍କ ମନ୍ଦିରରେ ହେବ ଐତିହ‌ାସିକ ଯଜ୍ଞ ଓ ଚଣ୍ଡୀପାଠ
ପଶ୍ଚିମ ଓଡ଼ିଶାର ଆଧ୍ୟାତ୍ମିକ ଭାବାବେଗର ପ୍ରାଣକେନ୍ଦ୍ର ହେଉଛନ୍ତି ମା’ ସମଲେଶ୍ୱରୀ। ସମଗ୍ର ବିଶ୍ୱରେ ଯେଉଁଠି ବି ବସବାସ କରୁଥିଲେ ସୁଦ୍ଧା ପଶ୍ଚିମ ଓଡ଼ିଶାବାସୀ ସଦାସର୍ବଦା ମା’ ସମଲେଶ୍ୱରୀଙ୍କ ପ୍ରତି ନିଜ ଭକ୍ତି ଓ ଶ୍ରଦ୍ଧାଭାବ ଅର୍ପଣ କରିଥା’ନ୍ତି। ସେହି ଭକ୍ତି ଓ ଶ୍ରଦ୍ଧା ହେଉଛି ଏହି ସମଲେଇ ପ୍ରକଳ୍ପର ମୂଳ ଉପାଦ‌ାନ ଓ ଆଧ‌ାର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେହି ଆଧ‌ାରକୁ ହିଁ ସଂକଳ୍ପ ରୂପେ ଗ୍ରହଣ କରିଥିଲେ ଏବଂ ୫-ଟି’ ଅଧ୍ୟକ୍ଷ ଭିକେ ପ‌ାଣ୍ଡିଆନଙ୍କ ଅକ୍ଳାନ୍ତ ଉଦ୍ୟମ ବଳରେ ଏକ ବିଶ୍ୱସ୍ତରୀୟ ପ୍ରକଳ୍ପ ରୂପେ ପ୍ରତିଷ୍ଠା ପାଇବାକୁ ଯାଉଛି ମା’ ସମଲେଶ୍ୱରୀଙ୍କ ଚରଣରେ ଅର୍ପିତ ସମଲେଇ ପ୍ରକଳ୍ପ। ଆସନ୍ତ‌ା ୨୭ ତ‌ାରିଖରୁ ଏହି ପ୍ରକଳ୍ପର ଲୋକାର୍ପଣ ଉତ୍ସବ ଉପଲକ୍ଷେ ହେବ‌ାକୁ ଯ।ଉଛି ଐତିହାସିକ ଯଜ୍ଞ ଓ ଚଣ୍ଡୀପାଠ। ପଶ୍ଚିମ ଓଡ଼ିଶ‌‌ାର ୧୧ଟି ଜିଲ୍ଲ‌‌ାରୁ ଯଜ୍ଞ ଓ ଚଣ୍ଡୀପାଠ ବିଷୟରେ ବିଶିଷ୍ଟ ଭାବେ ଯୋଗ୍ୟତା ହାସଲ କରିଥିବା ବ୍ର‌ାହ୍ମଣମାନେ ଆସି ଏହି ଆଧ୍ୟାତ୍ମିକ କାର୍ଯ୍ୟର ଅନୁଷ୍ଠାନ କରିବେ। ମୁଖ୍ୟ ମଣ୍ଡପ ଓ ଅନ୍ୟ ୪ଟି ମଣ୍ଡପରେ ହୋମର ଅନୁଷ୍ଠାନ ହେବ। ମ।’ଙ୍କ ଆରାଧନାରେ ସ୍ୱତନ୍ତ୍ର ଭ‌ାବେ ଚଣ୍ଡୀପାଠର ମଧ୍ୟ ଅନୁଷ୍ଠାନ ହେବ। ୩୧ ତ‌ାରିଖ ଯଜ୍ଞର ପୂର୍ଣ୍ଣାହୁତି ପର୍ଯ୍ୟନ୍ତ ରାଜ୍ୟର ଉନ୍ନତି, ବିଶ୍ୱଶାନ୍ତି ଓ ମାନବ ଜାତିର କଲ୍ୟାଣ ପାଇଁ ମା’ ସମଲେଶ୍ୱରୀଙ୍କ ବିଶେଷ ଆରାଧନା ହେବ।

publive-image

ଦୀପଘର, ଗୋପାଳଜୀମଠକୁ ବି ଗୁରୁତ୍ବ

ଦେବୀ ଆରାଧନ‌ାରେ ଅଖଣ୍ଡ ଦୀପ ପ୍ରଜ୍ଜ୍ୱଳନର ପରମ୍ପରା ରହିଛି। ଏହା ହିଁ ଦୂରଦୁରାନ୍ତରୁ ଭକ୍ତମ‌ାନେ ଆସି ମ‌ା’ ସମଲେଶ୍ୱରୀଙ୍କଠ‌ାରେ ଅଖଣ୍ଡ ଦୀପ ଜ‌ାଳିଥା’ନ୍ତି। ସମର୍ପିତ ମନରେ ମା’ଙ୍କୁ ଦୀପ ଅର୍ପଣ କଲେ ଭକ୍ତଙ୍କ ମନୋବ‌ାଞ୍ଝା ପୂରଣ ହୁଏ ବୋଲି ବିଶ୍ୱ।ସ ରହିଛି। ପୂର୍ବରୁ ବର୍ଷ। ଓ କୋହଲା ପ‌ାଗରେ ଏହି ଅଖଣ୍ଡ ଦୀପ ପ୍ରଜ୍ଜ୍ୱଳନ ନିମନ୍ତେ ଭକ୍ତମାନେ ନାହିଁ ନଥିବା ଅସୁବିଧ‌ାର ସମ୍ମୁଖୀନ ହେଉଥିଲେ। ସେହି ସମସ୍ୟ‌ାର ପୂର୍ଣ୍ଣକ‌ାଳୀନ ସମାଧାନ ପ‌ାଇଁ ମା’ଙ୍କ ମନ୍ଦିରରେ ନିର୍ମିତ ଏହି ଦୀପଘରେ ଏକକାଳୀନ ୬ ହଜାର ଦୀପ ପ୍ରଜ୍ଜ୍ୱଳିତ ହେଇପାରିବ। ମା’ଙ୍କ ଉଦ୍ଦେଶ୍ୟରେ ଅଖଣ୍ଡଦୀପଟିଏ ଜାଳି ଭକ୍ତମ‌ାନେ ଦେବୀ ଆରାଧନ‌ାରେ ଲୀନ ହୋଇପ‌ାରିବେ। ସମଲେଇ ପରି ଏକ ଯୁଗ‌ାନ୍ତକ‌ାରୀ ଯୋଜନା ମ‌ା’ ସମଲେଶ୍ବରୀଙ୍କ ମନ୍ଦିରକୁ ଏକ ଭବ୍ୟ ରୂପ ଦେବାସହ ଭକ୍ତ ଓ ଶ୍ରଦ୍ଧ‌ାଳୁମ‌ାନଙ୍କୁ ଏକ ଦିବ୍ୟ ଅନୁଭବ ଦେବ‌ାରେ ସର୍ବୋକୃଷ୍ଟ ମ‌ାଧ୍ୟମ ହେବ‌ାକୁ ଯ‌‌ାଉଛି।

ଗୋପାଳଜୀମଠକୁ ବି ଗୁରୁତ୍ବ
ସମଲେଶ୍ବରୀ ମନ୍ଦିରର ଐତିହ୍ୟ ସହ ଜଡ଼ିତ ଶ୍ରୀଗୋପାଳଜୀ ମଠ। ସମଲେଇ ପ୍ରକଳ୍ପ ଦ୍ବାରା ଏହି ଐତିହ୍ୟସଂପନ୍ନ ଗୋପାଳଜୀ ମଠର କ’ଣ ହେବ, ତାହାକୁ ନେଇ ସମ୍ବଲପୁରବାସୀ ମନରେ ଅନେକ ଆଶା ଓ ଆଶଙ୍କା ଲାଗି ରହିଥିଲା। ତେବେ‌, ସମଲେଇ ପ୍ରକଳ୍ପ କାର୍ଯ୍ୟକାରୀ ସମୟରେ ଶ୍ରୀଗୋପାଳଜୀ ମଠ ସହିତ ଅନ୍ୟ ସମସ୍ତ ଐତିହାସିକ ସ୍ଥାନକୁ ସଂପୂର୍ଣ୍ଣ ଭାବେ ଗୁରୁତ୍ୱ ଦିଆଯାଇଛି। ମନ୍ଦିରର ସୁରକ୍ଷା ଓ ଭକ୍ତମାନଙ୍କ ଆଧ୍ୟାତ୍ମିକ ଭାବାବେଗକୁ କେନ୍ଦ୍ରରେ ରଖି ପ୍ରକଳ୍ପ କାର୍ଯ୍ୟ କରାଯାଇଛି।

ଏହି ପ୍ରକଳ୍ପ ହେବ ଉଦାହରଣ
୫-ଟି’ ରୂପାନ୍ତର ମାଧ୍ୟମରେ ମା’ ସମଲେଶ୍ୱରୀଙ୍କ ଉଦ୍ଦେଶ୍ୟରେ ସମର୍ପିତ ଏହି ପ୍ରକଳ୍ପ ଏକ ରେକର୍ଡ ସମୟ ମଧ୍ୟରେ କାର୍ଯ୍ୟକାରୀ ହୋଇ ଲୋକାର୍ପିତ ହେବାକୁ ଯାଉଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦକ୍ଷ ନେତୃତ୍ୱ ଓ ୫-ଟି’ ଅଧ୍ୟକ୍ଷ ପାଣ୍ଡିଆନଙ୍କ ‘ଗ୍ରାଉଣ୍ଡଜିରୋ’ ପରିଚାଳନା ପାଇଁ ସମଗ୍ର ଦେଶରେ ଏହି ପ୍ରକଳ୍ପ ଏକ ଉଦାହରଣ ସୃଷ୍ଟି କରିପାରିଛି।

publive-image

ରେଳଷ୍ଟେସନ ରାସ୍ତାର ପ୍ରଶସ୍ତୀକରଣ
ମା’ ସମଲେଶ୍ବରୀଙ୍କ ମନ୍ଦିର ପାର୍ଶ୍ବରୁ ରେଳଷ୍ଟେସନ ରାସ୍ତା ପ୍ରଶସ୍ତୀକରଣ କରାଯାଇଛି। ଯାନବାହନ ଚଳାଚଳ ଯେପରି ବିନା ବାଧାରେ ହୋଇପାରିବ ସେଥିପ୍ରତି ଧ୍ୟାନ ଦିଆଯାଇଛି। ଏଣିକି ଯାତାୟାତ ସୁଗମ ହୋଇପାରିବ। ରାଜ୍ୟ ତଥା ରାଜ୍ୟ ବାହାରର ବହୁ ପର୍ଯ୍ୟଟକ ଟ୍ରେନ୍ ଯୋଗେ ସମ୍ବଲପୁର ଆସିଥା’ନ୍ତି। ସେମାନେ ଯେମିତି ସହଜ ଓ ସୁବିଧାରେ ଯାତାୟାତ କରିପାରିବେ, ସେନେଇ ସ୍ବତନ୍ତ୍ର ଦୃଷ୍ଟି ଦିଆଯାଇଛି।

ଯଜ୍ଞରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ, ସବୁ ଗାଁରୁ ଆସିବ ସିନ୍ଦୂର
ଯଜ୍ଞ ଆରମ୍ଭର ପ୍ରଥମ ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ରହି ମା’ ସମଲେଶ୍ୱରୀଙ୍କ ଆଶୀର୍ବ‌ାଦ ନେଇ ସମଲେଇ ପ୍ରକଳ୍ପର ଲୋକାର୍ପଣ କରିବେ। ମା’ଙ୍କର ସମସ୍ତ ଭକ୍ତ ଓ ଶ୍ରଦ୍ଧ‌ାଳୁମ‌‌ାନଙ୍କର ଭ‌‌‌ାବ‌ାବେଗକୁ ବିଶେଷ ଭ‌ାବେ ଧ୍ୟାନ ଦିଆଯାଇ ସମଗ୍ର ପଶ୍ଚିମ ଓଡ଼ିଶାର ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କଠାରୁ ସିନ୍ଦୂର ଓ ଚୁନ୍‌ରି ସଂଗୃହୀତ ହୋଇ ଗ୍ରାମ ଦେବତୀଙ୍କ ନିକଟରେ ରହିଛି। ଯାହା ପରବର୍ତ୍ତୀ ସମୟରେ ମ।’ଙ୍କ ନିକଟରେ ଅର୍ପଣ କରାଯିବ। ଭକ୍ତମାନଙ୍କ ଭାବାବେଗକୁ ସମ୍ମାନ ଜଣାଇ ତାଙ୍କ ଭକ୍ତି ନୈବେଦ୍ୟକୁ ସିଧ‌ାସଳଖ ମା’ଙ୍କ ଠାରେ ଲ।ଗି କରେଇବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଶେଷ ଗୁରୁତ୍ୱ ଦେଇଛନ୍ତି। ଏହି ଦିବ୍ୟଯଜ୍ଞ ଓ ଚଣ୍ଡୀପ।ଠ ମା’ ସମଲେଇଙ୍କ ପ୍ରାଙ୍ଗଣରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିବ। ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟବୋର୍ଡର ସଭାପତି ସଞ୍ଜୟ ବ‌ାବୁଙ୍କ ନେତୃତ୍ୱରେ ବିଭିନ୍ନ ସଦସ୍ୟ ଓ ମ।’ଙ୍କ ପୂଜକମ।ନେ ବିଭିନ୍ନ ଅଞ୍ଚଳକୁ ଗସ୍ତ କରିଛନ୍ତି। ଆସନ୍ତା ୨୭ ତାରିଖ ଦିନ ହେବାକୁ ଥି‌ବା ସମଲେଇ ଲୋକାର୍ପଣ ଉତ୍ସବକୁ ନିମନ୍ତ୍ରଣ ଦେଇଛନ୍ତି।
ଏକ ଆଧ୍ୟାତ୍ମିକ ବିସ୍ମୟର ପ୍ରତୀକ
ମା’ ସମଲେଇ ପ୍ରକଳ୍ପ ଏକ ଆଧ୍ୟାତ୍ମିକ ବିସ୍ମୟର ପ୍ରତୀକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନୟକଙ୍କ ନେତୃତ୍ୱରେ ଯେଉଁପ୍ରକ‌ାର ପରିବର୍ତ୍ତନ ଏଠି ସମ୍ଭବ ହୋଇଛି, ତାହ‌ା ମା’ ସମଲେଶ୍ୱରୀଙ୍କ ପ୍ରତ୍ୟକ୍ଷ ଆଶୀର୍ବ‌ାଦ ନଥିଲେ କଳ୍ପନା ବି ସୁଦ୍ଧା କରି ହୋଇପାରିନଥାନ୍ତା। ୫-ଟି’ ଅଧ୍ୟକ୍ଷ ଭିକେ ପ‌‌ାଣ୍ଡିଆନଙ୍କର ଅକ୍ଳାନ୍ତ ପରିଶ୍ରମ ଯୋଗୁ ଏହା ସମ୍ଭବପର ହୋଇଛି ବୋଲି ସମଲେଶ୍ବରୀ ମନ୍ଦିର ଟ୍ରଷ୍ଟ ବୋର୍ଡର ସଭାପତି ସଞ୍ଜୟବ।ବୁ କହିଛନ୍ତି।