ଭୁବନେଶ୍ୱର : ମହାନଦୀ ଜଳ ବଣ୍ଟନକୁ ନେଇ ଓଡ଼ିଶା-ଛତିଶଗଡ଼ ମଧ୍ୟରେ ବିବାଦ ଲାଗି ରହିଥିବା ବେଳେ ଏବେ ମହାନଦୀକୁ ମାଡି ଆସୁଛି ବିପଦ। ଓଡ଼ିଶାର ଜୀବନରେଖା କୁହାଯାଉଥିବା ମହାନଦୀରେ କ୍ରମାଗତ ଭାବେ କମୁଛି ଜଳପ୍ରବାହ। ଗତ ୧୦ ବର୍ଷ ହେଲା ଜଳପ୍ରବାହ କମିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ଜଳସମ୍ପଦ ସଚିବ। ଏପରିକି ଆଉ ୩୦ରୁ ୩୨ ବର୍ଷ ଭିତରେ ମହାନଦୀ ଶୁଖିଯିବାର ଆଶଙ୍କା ସୃଷ୍ଟି ହେଉଛି।

Advertisment

ମହାନଦୀ ଶୁଖିଯିବ। ଯେଉଁଭଳି ଭାବେ ଜଳବାୟୁ ପରିବର୍ତ୍ତନ ହେଉଛି ତାହାକୁ ଦୃଷ୍ଟିରେ ରଖିଲେ ଭୁବନେଶ୍ୱର ଓ କଟକରେ ମଧ୍ୟ ଟ୍ୟାପ୍‌ ଡ୍ରାଏ ପରିସ୍ଥିତି ସୃଷ୍ଟି ହୋଇପାରେ। ବିଶ୍ୱ ଜଳଦିବସରେ ଏଭଳି ସାଂଘାତିକ ଆଶଙ୍କା କରିଛନ୍ତି ଓଡ଼ିଶା ସରକାରଙ୍କ ଜଳସମ୍ପଦ ସଚିବ ପ୍ରଦୀପ ଜେନା। ଗତ ୧୦ ବର୍ଷ ମଧ୍ୟରେ ମହାନଦୀରେ ଜଳପ୍ରବାହ ଆଶାତୀତ ହ୍ରାସ ପାଇଛି। ଏହି କାରଣରୁ ଜଳସ୍ତର ବି କମିଛି ମହାନଦୀ ଅବବାହିକାରେ।

publive-image

ମହାନଦୀ ଶୁଖିବାର କାରଣ ବିଷୟରେ ର୍ନିଦ୍ଦିଷ୍ଟ ଭାବେ କହିବାକୁ ଯାଇ ବୃଷ୍ଟିପାତ ହ୍ରାସ, ଜଙ୍ଗଲକ୍ଷୟ, ନଦୀର ଉପରମୁଣ୍ଡରେ ଛତିଶଗଡ଼ର ପ୍ରକଳ୍ପ ର୍ନିମାଣ ପରି ବିଭିନ୍ନ କାରଣକୁ ଦାୟୀ କରିଛନ୍ତି। ନଦୀର ମଧ୍ୟ ଜୀବନ ଅଛି କିନ୍ତୁ ଏବେ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି ଲାଗୁଛି ଖୁବ କମ ଦିନ ମଧ୍ୟରେ କେପଟାଉନ ଭଳି ଅବସ୍ଥା ସୃଷ୍ଟି ହେବ।

କେବଳ ଓଡ଼ିଶା ନୁହେଁ ସାରା ବିଶ୍ୱରେ ଜଳାଭାବ ଏକ ସାଂଘାତିକ ରୂପ ନେବାକୁ ଯାଉଛି। ବିଶ୍ୱର ୨୦୦ଟି ସହରରେ ଜଳକଷ୍ଟ ଦେଖାଦେବାରେ ଲାଗିଛି। ଏଥିରେ ବେଙ୍ଗାଲୁରୁ ସହର ରହିବା ସ୍ଥିତିକୁ ଜଟିଳ କରିଛି। ଜଳକଷ୍ଟ ଭୋଗୁଥିବା ସହରଗୁଡ଼ିକ ମଧ୍ୟରେ କେପ୍‌ ଟାଉନ୍‌, ବେଜିଂ, ମେକ୍ସିକୋ, ସାନ୍‌ ପାଉଲୋ, ନାଇରୋବି, ଇସ୍ତାନବୁଲ୍‌, କାବୁଲ, ବୁଏନ୍‌ସ ଏରିସ ଓ କରାଚୀ ରହିଛି। ୧୪ ଏପ୍ରିଲ୍‌ ୨୦୧୮ ପରେ କେପ୍‌ ଟାଉନରେ ସରକାର ଜଳଯୋଗାଣ ବନ୍ଦ କରିବେ। ୭ ବର୍ଷ ପୂର୍ବରୁ କେପଟାଉନରେ ଟ୍ୟାପ୍‌ ଡ୍ରାଏ ପରିସ୍ଥିତି ସୃଷ୍ଟି ହୋଇଛି।