ସମ୍ବଲପୁର/ବୀରମହାରାଜପୁର: ହୀରାକୁଦ ଜଳଭଣ୍ଡାରରୁ ଆଜି ୪୦ଟି ଗେଟ୍ ଦେଇ ଜଳ ନିଷ୍କାସନ କରାଯିବା ପରେ ମହାନଦୀର ଜଳ ସମ୍ବଲପୁର ସହରର ତଳିଆ ଅଂଚଳରେ ପ୍ରବେଶ କରିଛି। ମହାନଦୀର ବନ୍ୟା ଜଳରେ ସହରର ତଳିଆ ଅଚଂଳର ଲୋକଙ୍କର ଚିନ୍ତା ବଢ଼ାଇଛି। ବନ୍ୟା ଜଳରେ ହୀରାକୁଦ କଲୋନି, ବିନାଖଣ୍ଡି, ବଡ଼ବଜାର, ଭତ୍ରା, କୁଲୁଥକାନୀ, ଗୁଣ୍ଡେରପୁର ଅଂଚଳର ଲୋକେ ପ୍ରଭାବିତ ହୋଇଛନ୍ତି। ଏହି ଅଂଚଳରେ ଲୋକଙ୍କ ଘର ଭିତରକୁ ବନ୍ୟା ଜଳ ପ୍ରବେଶ କରିଛି।
/sambad/media/post_attachments/wp-content/uploads/2020/08/sbp-2-1024x576.jpg)
ସମ୍ବଲପୁରରୁ ସୋନପୁର ଯାଇଥିବା ୧୫ ନମ୍ବର ରାଜ୍ୟ ରାଜପଥର ମାଳତୀ ଗୁଣ୍ଡେରପୁର ବ୍ରିଜ ଉପରେ ପ୍ରାୟ ୫ ଫୁଟ ଉଚ୍ଚରେ ଜଳ ପ୍ରବାହିତ। ଏଠାରେ ବନ୍ୟା ଜଳ ବଢ଼ିବାରେ ଲାଗିଛି। ଫଳରେ ସମ୍ବଲପୁରରୁ ସୋନପୁର ସହରକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ପ୍ରଶାସନ ତରଫରୁ ତଳିଆ ଅଂଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି।
/sambad/media/post_attachments/wp-content/uploads/2020/08/sbp1-1024x576.jpg)
ସୂଚନାଯୋଗ୍ୟ, ପ୍ରାୟ ୮ ବର୍ଷ ପରେ ମହାନଦୀର ଜଳ ସମ୍ବଲପୁର ସହରକୁ ପ୍ରବେଶ କରିଛି। ବର୍ଷ ୨୦୧୨ରେ ହୋଇଥିବା ବନ୍ୟାରେ ମହାନଦୀରୁ ସମ୍ବଲପୁର ସହରକୁ ପାଣି ପ୍ରବେଶ କରିଥିଲା। ସେହି ସମୟରେ ପ୍ରାୟ ୬୦ଟି ଗେଟ ଖୋଲାଯାଇଥିଲା।
ମହାନଦୀରେ ବନ୍ୟା ଜଳ ଯୋଗୁଁ ସୁବଳୟା ଠାରୁ ରେଢାଖୋଳ ଓ ବୌଦ୍ଧ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁରରୁ ରେଢ଼ାଖୋଲ ରାସ୍ତାର ବାଉରୀ ଯୋର ଉପରେ ୫ ଫୁଟ ଉଚ୍ଚତାରେ ବନ୍ୟାଜଳ ପ୍ରବାହିତ ହେଉଛି। ଉପଜିଲ୍ଲାପାଳ ଅଶୋକ କୁମାର ଭୋଇ, ବିଡିଓ ମୋତିଲାଲ ସୁଲିଆ, ପିତାମହୁଲ ସରରପଂଚ ସରୋଜ କୁମାର ବାରିକ ବନ୍ୟା ଅଂଚଳ ପରିଦର୍ଶନ କରିଛନ୍ତି।
/sambad/media/post_attachments/wp-content/uploads/2020/08/bmpur-1-1024x576.jpg)
ସୋନପୁର ସହରର ବିପରୀତ ପାର୍ଶ୍ୱ ଧର୍ମଶାଳା ଅଂଚଳରେ ମଧ୍ୟ ବନ୍ୟା ଜଳ ଯୋଗୁଁ ଲୋକଙ୍କର ଗମନାଗମନ ଅସୁବିଧା ହୋଇଛି। ବୀରମହାରାଜପୁର ବ୍ଲକର ଖମ୍ବେଶ୍ୱରୀପାଲି, ବୁରୋଘାଟ, ଦେଉଳି ଗାଁରେ ଚାଷ ଜମିରେ ବନ୍ୟା ଜଳ ମାଡ଼ିଯିବାରୁ ପ୍ରବଳ କ୍ଷତି ହୋଇଛି।