ମହାନଦୀ ବିବାଦ: ଜାନୁଆରି ତୃତୀୟ ସପ୍ତାହରେ ସୁପ୍ରିମ୍‌ କୋର୍ଟରେ ପରବର୍ତ୍ତୀ ଶୁଣାଣି

ନୂଆଦିଲ୍ଲୀ: ଓଡ଼ିଶା ଛତିଶଗଡ଼ ମଧ୍ୟରେ ମହାନଦୀ ପ୍ରସଙ୍ଗକୁ ନେଇ ସୁପ୍ରିମ କୋର୍ଟରେ ଚାଲିଥିବା ବିବାଦର ପରବର୍ତ୍ତୀ ଶୁଣୀଣି ୨୦୧୮ ମସିହା ଜାନୁଆରି ତୃତୀୟ ସପ୍ତାହରେ ହେବ ବୋଲି ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ଦିନ ଧାର୍ଯ୍ୟ କରିଛନ୍ତି। ଏହି ସମୟ ମଧ୍ୟରେ ମହାନଦୀ ପ୍ରସଙ୍ଗକୁ ନେଇ ଟ୍ରିବୁନାଲ ଗଠନ ସମ୍ପର୍କରେ ତଥ୍ୟ ହାଖଲ କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ ଯେ ଆଜି ସୁପ୍ରିମ କୋର୍ଟ  ବିଚାରପତି ଜଷ୍ଟିସ ଏସ ଏ ଭାବ୍‌ଦେ ଓ ଜଷ୍ଟିସ ଏଲ ନାଗେଶ୍ୱର ରାଓଙ୍କୁ ନେଇ ଗଠିତ ଖଣ୍ଡପୀଠ ଓଡ଼ିଶା-ଛତିଶଗଡ଼ ମଧ୍ୟରେ ମହାଦନୀ ଜଳକୁ ନେଇ ଲାଗିଥିବା ବିବାଦର ଶୁଣାଣି କରିଥିଲେ। ଏଥିରେ ଓଡ଼ିଶା ପକ୍ଷରୁ ଆପୋସ ଆଲୋଚନାର ସମସ୍ତ ପଥ ବନ୍ଦ ହୋଇ ଯାଇଥିବାରୁ ଟ୍ରିବୁନାଲ ଗଠନ ଏକମାତ୍ର ବିକଳ୍ପ ବୋଲି ଯୁକ୍ତି କରାଯାଇଥିଲା। ମାତ୍ର କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଥିଲା ଯେ ଏବେ ବି ଯୁଗ୍ମ ନିୟନ୍ତ୍ରଣ ବୋର୍ଡ ପାଇଁ ସୁଯୋଗ ରହିଛି । ମାତ୍ର ଓଡ଼ିଶା ପକ୍ଷରୁ ଏହାକୁ ବିରୋଧ କରାଯିବାରୁ ସୁପ୍ରିମ୍‌ କୋର୍ଟ ଖଣ୍ଡପୀଠ କେନ୍ଦ୍ର ସରକାରଙ୍କ ଉପରେ ବିରକ୍ତି ପ୍ରକାଶ କରି ଆସନ୍ତା ଜାନୁଆରି ତୃତୀୟ ସପ୍ତାହ ସୁଦ୍ଧା ମହାନଦୀ ଜଳ ବିବାଦର ସମାଧାନ ଲାଗି ଟ୍ରିବୁନାଲ ଗଠନ ନେଇ ତଥ୍ୟ ଉପସ୍ଥାପନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର