ଭୁବନେଶ୍ବର : ବିଜେପି ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ସମର୍ଥନ ଦେବା ପୂର୍ବରୁ ମହାନଦୀ ଜଳ ବିବାଦ ସମସ୍ୟାର ସମାଧାନ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦାବି କରନ୍ତୁ ବୋଲି ସମାଜବାଦୀ ପାର୍ଟି, ଓଡ଼ିଶା ଅନୁରୋଧ କରିଛି।
ଦଳର ରାଜ୍ୟ ସଭାପତି ରବି ବେହେରା ଏକ ପ୍ରେସ୍ ବିବୃତିରେ ଜଣାଇଛନ୍ତି ଯେ ଆଗକୁ ରାଷ୍ଟ୍ରପତି ନିର୍ବାଚନ ଥିବା ବେଳେ ବିଜେପିର ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ସମର୍ଥନ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜେଡିର ସହାୟତା ଲୋଡ଼ିବେ। ମୁଖ୍ୟମନ୍ତ୍ରୀ ଏବେ ଦିଲ୍ଲୀ ଗସ୍ତରେ ଯାଇଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ସହ ହେବାକୁ ଥିବା ବୈଠକରେ ସମ୍ଭବତଃ ଏ ସଂପର୍କରେ ଆଲୋଚନା ହୋଇପାରେ। ତେଣୁ ସମର୍ଥନ ଦେବା ପୂର୍ବରୁ ଓଡ଼ିଶାର ସ୍ବାର୍ଥକୁ ଦୃଷ୍ଟିରେ ମହାନଦୀ ଜଳ ବିବାଦର ସମାଧାନ କରିବାକୁ ପ୍ରଧାନମନ୍ତ୍ରୀଙ୍କ ନିକଟରେ ମୁଖ୍ୟମନ୍ତ୍ରୀ ଦାବି କରନ୍ତୁ।
ଖାଲି ମହାନଦୀ ନୁହେଁ, ଇବ୍, ବ୍ରାହ୍ମଣୀ, ଋଷିକୁଲ୍ୟା, ବଂଶଧାରା ଓ ନାଗାବଳୀ ନଦୀ ସଂପର୍କରେ ମଧ୍ୟ ମୁଖ୍ୟମନ୍ତ୍ରୀ ଓଡ଼ିଶାର ସ୍ବାର୍ଥ ଉପସ୍ଥାପନ କରି ଆଗାମୀ ଦିନରେ ରାଜ୍ୟବାସୀଙ୍କୁ ଜଳ ସଂକଟରୁ ରକ୍ଷା କରିବା ପାଇଁ ସମାଜବାଦୀ ପାର୍ଟି ଅନୁରୋଧ କରିଛି। ଏ ସଂପର୍କରେ ଆଜି ପାର୍ଟି ପକ୍ଷରୁ ଏକ ଚିଠି ଲେଖି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/Mahanadi.jpg)