ବରଗଡ଼ : ରାହୁଲ ଗାନ୍ଧୀଙ୍କ ବରଗଡ଼ ଗସ୍ତ ପ୍ରସ୍ତୁତିର ସମୀକ୍ଷା ପାଇଁ ଆସିଥିବା ଛତିଶଗଡ଼ର ସ୍ବାସ୍ଥ୍ୟମନ୍ତ୍ରୀ ତଥା ଏଆଇସିସି ସାଧାରଣ ସଂପାଦକ ଟିଏସ୍ ସିଂଦେଓ ମହାନଦୀ ପ୍ରସଂଗ ନେଇ ମୁହଁ ଖୋଲିଛନ୍ତି। ସେ କହିଲେ, ଏକଦା ମହାନଦୀର ଗୋଟିଏ ବୁନ୍ଦା ପାଣି ଛାଡ଼ିବୁନି ବୋଲି ଛତିଶଗଡ଼ର ତତ୍କାଳୀନ ମୁଖ୍ୟମନ୍ତ୍ରୀ ରମଣ ସିଂ ବିବାଦୀୟ ବୟାନ ଦେଇଥିଲେ। ଯାହା ଉଭୟ ପଡ଼ୋଶୀ ରାଜ୍ୟ ମଧ୍ୟରେ ତିକ୍ତତା ଭରି ଦେଇଥିଲା। କିନ୍ତୁ ବର୍ତମାନର କଂଗ୍ରେସ ସରକାର ଏଭଳି ଖାମଖିଆଲି ମନ୍ତବ୍ୟ ପୋଷଣ କରୁନାହିଁ। ମହାନଦୀ କେବଳ ଛତିଶଗଡ଼ କିମ୍ବା ଓଡ଼ିଶାର ନୁହଁ। ମହାନଦୀ ସର୍ବସାଧାରଣଙ୍କର। ଛତିଶଗଡ଼ରେ ମହାନଦୀ ଦ୍ବାରା ୨୨ଟି ଜିଲ୍ଲା ଜଳସେଚିତ ହେଉଛି। ଓଡ଼ିଶାରେ ମଧ୍ୟ ଚାଷୀ ଏହା ଉପରେ ନିର୍ଭର କରୁଛନ୍ତି। ତେଣୁ ମହାନଦୀ ଉପରେ କୌଣସି ରାଜ୍ୟର ଏକଚାଟିଆ ଅଧିକାର ନାହିଁ। ଆମେ ଆଲୋଚନା ପାଇଁ ପ୍ରସ୍ତୁତ ଅଛୁ। ସୌହାର୍ଦ୍ଦ୍ୟପୂର୍ଣ୍ଣ ଆଲୋଚନାରେ ହିଁ ଏହି ବିବାଦର ଅନ୍ତ ଘଟିବ ବୋଲି ଶ୍ରୀ ସିଂଦେଓ ଆଶା ବ୍ୟକ୍ତ କରିଥିଲେ। ମାମଲା ବର୍ତମାନ କୋର୍ଟରେ ରହିଛି। ଆଇନ ଯାହା କହିବ, ତାକୁ ସମ୍ମାନ ଦେବା ସମସ୍ତଙ୍କ କର୍ତବ୍ୟ ବୋଲି ସେ ମତ ରଖିଛନ୍ତି।
‘ମହାନଦୀ ଓଡ଼ିଶା କି ଛତିଶଗଡ଼ର ନୁହଁ’
/sambad/media/post_attachments/wp-content/uploads/2019/03/SBPHO13-BRG-Rahul-Gasta-Pain-Congress-Baithak.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)