ଭୁବନେଶ୍ବର: ମହାନଦୀରେ କମିଛି ଜଳପ୍ରବାହ। ଜଳପ୍ରବାହକୁ ରୋକିବା ପାଇଁ ଛତିଶଗଡ଼ ସରକାର କେତେଗୋଟି ଚେକ ଡ୍ୟାମ କରିଛନ୍ତି, ଏହା ଦ୍ୱାରା ଅଣମୌସୁମୀ ସମୟରେ ମହାନଦୀକୁ ଜଳ ପ୍ରବାହ କମୁଛି କି ? ମହାନଦୀରେ ଜଳ ପ୍ରବାହ ବିବାଦର ସମାଧାନ ପାଇଁ ସରକାର କି କି ଆଇନଗତ ପଦକ୍ଷେପ ନେଇଛନ୍ତି, କେନ୍ଦ୍ର ସରକାର ଏହି ପ୍ରସଙ୍ଗରେ ଓଡିଶାକୁ କି ପ୍ରକାର ବିରୋଧ କରୁଛନ୍ତି ? ଗୃହରେ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ପ୍ରଶ୍ନରେ ଏହି ଉତ୍ତର ରଖିଛନ୍ତି ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ।

Advertisment

publive-image

ମହାନଦୀରେ ଜଳପ୍ରବାହ ରୋକିବାକୁ ଛତିଶଗଡ଼ ସରକାର ପାଖାପାଖି ୫୧୬ ଚେକ ଡ୍ୟାମ କରିଛନ୍ତି। ଏହି ଚେକ ଡ୍ୟାମ ନିର୍ମାଣ ଦ୍ୱାରା ବାସ୍ତବରେ ଅଣମୌସୁମୀ ସମୟରେ ହୀରାକୁଦଠାରେ ମହନଦୀକୁ ଜଳ ପ୍ରବାହ କମିଛି। ହୀରାକୁଦ ଜଳଭଣ୍ଡାରକୁ ୨ ମିଲିଅନ ଏକର ଫୁଟ ମୌସୁମୀ ଜଳ ପ୍ରବାହ ଆସିବାକୁ ଥିବା ବେଳେ ଗତ ୧୯୯୧-୯୨ ରୁ ୨୦୦୪-୦୫ ମଧ୍ୟରେ ହାରାହାରି ୪ ପ୍ରତିଶତ ଏବଂ ୨୦୦୫-୦୬ ରୁ ୨୦୧୫-୧୬ ମଧ୍ୟରେ ୩୭ ପ୍ରତିଶତ କମିଛି। ସେହିପରି ୨୦୧୬-୧୭ ରେ ୬୫ ପ୍ରତିଶତ, ୨୦୧୭-୧୮ ରେ ୬୧ ପ୍ରତିଶତ, ୨୦୧୮-୧୯ ରେ ୫୭ ପ୍ରତିଶତ ଏବଂ ୨୦୧୯-୨୦ ରେ ୩ ପ୍ରତିଶତ ଜଳପ୍ରବାହ କମିଛି।

Little gain for Odisha even after 19 hearings, says BJD on Mahanadi issue -  OrissaPOST

ମହାନଦୀରେ ଜଳପ୍ରବାହ ବିବାଦର ମହାନଦୀ ଟ୍ରିବ୍ୟୁନାଲରେ ଅବବାହିକା ରାଜ୍ୟ ଯଥା ଓଡ଼ିଶା , ଛତିଶଗଡ଼, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ପକ୍ଷଭୁକ୍ତ ଅଛନ୍ତି, କିନ୍ତୁ କେନ୍ଦ୍ର ସରକାର ଏଥିରେ ପକ୍ଷଭୁକ୍ତ ନାହାନ୍ତି।