କଣ୍ଟିଲୋ : ଗତ ୪ ଦିନ ଧରି ଲଘୁଚାପଜନିତ ଲଗାଣ ବର୍ଷା ଫଳରେ ସାରା ରାଜ୍ୟରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ବେଳେ ମହାନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। କଣ୍ଟିଲୋଠାରେ ପ୍ରବାହିତ ମହାନଦୀର ବିପଦ ସଙ୍କେତ ୪୭.୯୮ ମିଟର ଥିବା ବେଳେ, ବର୍ତ୍ତମାନ ସମୟରେ ପ୍ରାୟ ୨ ମିଟର ତଳେ ୪୫.୫୧ ମିଟରରେ ପ୍ରବାହିତ ହେଉଛି। ତେବେ କୌଣସି ବିପଦ ସୂଚନା ନ ଥିବା ଜଳ ସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ ଶଙ୍କର ଦଳାଇ ସୂଚନା ଦେଇଛନ୍ତି।
ବଢ଼ୁଛି ମହାନଦୀର ଜଳସ୍ତର
/sambad/media/post_attachments/wp-content/uploads/2019/08/mahanadi-ri.jpg)