ମହାନଦୀ ସୁରକ୍ଷା ଅଭିଯାନ : ରାଜନୈତିକ ନୁହେଁ, ଏହା ଏକ ଜନଆନ୍ଦୋଳନ- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ବିଜେଡିର ମହାନଦୀ ମହାସଂଗ୍ରାମର ଅଭିଯାନ ଉଦଯାପିତ

ଭୁବନେଶ୍ୱର: ବିଜେଡିର ମହାନଦୀ ମହାସଂଗ୍ରାମର ଅଭିଯାନ ଆଜି ଉଦ୍‌ଯାପିତ ହୋଇଛି। ପାରାଦୀପ ଠାରେ ଆୟୋଜିତ ଏହି ଉଦ୍‌ଯାପନୀ ଉତ୍ସବରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ମହାନଦୀର ଓଡ଼ିଶାରେ ପ୍ରବେଶ ପଥ ଝାରସୁଗୁଡ଼ା ଜିଲ୍ଲାର ଶୁଖାସୋଢ଼ାରୁ ଆରମ୍ଭ ହୋଇ ଏହି ସୁରକ୍ଷା ଅଭିଯାନ ଦୀର୍ଘ ୫ଶହ କିଲୋମିଟର ଅତିକ୍ରମ କରି ପାରାଦୀପରେ ପହଞ୍ଚିଛି। ଏଥିରେ ବହୁ ଲୋକ ସାମିଲ ହୋଇଛନ୍ତି। ଏହା କେବଳଏକ ରାଜନୈତିକ ଆନ୍ଦୋଳନ ହୋଇ ରହି ନାହଇର୍, ଏହା ଜନ ଆନ୍ଦୋଳନରେ ପରିଣତ ହୋଇଚି। ଆମେ ମହାନଦୀ ଆନ୍ଦୋଳନ କେବଳ ପାଣି ପାଇଁ କରୁନାହଉଁ, ଏହା ଜୀବନଜୀବକାର ପ୍ରସଙ୍ଗ ଭାବେ ଏକେ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି।
ମହାନଦୀରେ ଛତିଶଗଡ଼ ଏକଚାଟିଆ ଭାବେ ବ୍ୟାରେଜ ନିର୍ମାଣ କରିବା ପ୍ରସଙ୍ଗ ଏବେ ଓଡ଼ିଶା ପାଇଁ ଚିନ୍ତାର କାରଣ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବେ ଏହାକୁ ଏକ ବଡ଼ ପ୍ରସଙ୍ଗ ଭାବେ ନେଇ ଏହାକୁ ଏକ ଜନଆନ୍ଦୋଳନର ରୂପ ଦେବାକୁ ଉଦ୍ୟମ ଚଳାଇଛନ୍ତି। ଏଥିପାଇଁ ଗତ ୧୬ ତାରିଖ ଦିନ ି ଶୁଖାସୋଢ଼ାଠାରେ ଆୟୋଜିତ ସମାବେଶରେ ମୁଖ୍ୟମନ୍ତ୍ରୀ ଉଭୟ କେନ୍ଦ୍ର ଓ ଛତିଶଗଡ଼ର ବିଜେପି ସରକାରଙ୍କୁ ତୀବ୍ର ସମାଲୋଚନା କରିବା ସହିତ ଉଭୟ ଓଡ଼ିଶା ସ୍ୱାର୍ଥ ବିରୋଧରେ କାର୍ଯ୍ୟ କରୁଛନ୍ତି ବୋଲିି କହିଥିଲେ। ରାଜ୍ୟର ବିଜେପି ନେତାମାନେ ରାଜ୍ୟବାସୀଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ। ଯଦି ଓଡ଼ିଶାର ବିଜେପି ନେତାଙ୍କର ଓଡ଼ିଶା ଓ ଓଡ଼ିଆଙ୍କ ପ୍ରତି ଦରଦ ଅଛି ତେବେ ସେମାନେ ଛତିଶଗଡ଼ ସରକାରଙ୍କ ବ୍ୟାରେଜ ନିର୍ମାଣ କାଯ୍ୟକୁ ବିରୋଧ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଗତ ୧୬ ତାରିଖ ଦିନ ଯେଂଉର୍ ଖୋଲା ଆହ୍ଵାନ ଦେଇତିଷଳ ଆଜି ମଧ୍ର ସେହି କଥାକୁ ଦୋହରାଇଛନ୍ତି।
ଏହି ସମାବେଶରେ ବିଧାୟକ ଦାମୋଦର ରାଉତ, ଦେବୀ ମିଶ୍ର, ସଞ୍ଜୟ ଦାସର୍ବର୍ମା, ପ୍ରମୂଖ ନିଜ ନିଜର ବକ୍ତବ୍ୟ ରଖିଥିଲେ।

ସମ୍ବନ୍ଧିତ ଖବର