କଟକ-ଜଗତପୁର: ଦନ୍ତାହାତୀର ମୃତଦେହ ଉଦ୍ଧାର ପାଇଁ ନାକେଦମ୍ ହୋଇଥିବା ବନବିଭାଗ ଆଜି ଶେଷରେ ହାତୀର ମୃତଦେହକୁ ବ୍ୟବଚ୍ଛେଦ କରି ପୋତି ଦେଇଛି। ଏଥିସହ ଦାନ୍ତକୁ ଉଦ୍ଧାର କରି ନିଜ ହେପାଜତକୁ ନେଇଛି। ଏହି ଦାନ୍ତ ଦୁଇଟିର ଓଜନ ୨୨ କେଜି ହୋଇଥିବା ବେଳେ ମୋଟେଇ ୩୪ ସେଣ୍ଟିମିଟର ହୋଇଥିବା କଟକ ସିଟି ଡିଭିଜନ ଡିଏଫ୍ଓ ଯଶୋବନ୍ତ ବରିହା ସୂଚନା ଦେଇଛନ୍ତି। ଦାନ୍ତ ଖୁଖିଲା ଅବସ୍ଥାକୁ ଆସିବା ପରେ ଏହାକୁ ଟ୍ରେଜେରିକୁ ପଠାଯିବ ବୋଲି ସେ କହିଛନ୍ତି। ଏହି ଦାନ୍ତର ମୂଲ୍ୟ ବଜାର ଦର ଅନୁସାରେ ୧୦ ଲକ୍ଷ ଟଙ୍କାରୁ ଅଧିକ ହେବ। ଉଲ୍ଲେଖଯୋଗ୍ୟ ଯେ ମୁଣ୍ଡଳୀ ଆନିକଟ ନିକଟରେ ମହାନଦୀରେ ଫସି ଯାଇଥିବା ଏହି ଦନ୍ତାହାତୀ ଶୁକ୍ରବାର ରାତିରୁ ପ୍ରାଣ ହରାଇଥିବା ବେଳେ ଗଲା ରବିବାର ଦିନ ହାତୀର ମୃତଦେହ ମିଳିଥିଲା।
ମହାନଦୀ ଟ୍ରାଜେଡି: ଦନ୍ତାହାତୀକୁ ଦିଆଗଲା ସମାଧି
ମିଳିଲା ୨୨ କେଜିର ଦାନ୍ତ; ମୂଲ୍ୟ ପାଖାପାଖି ୧୦ ଲକ୍ଷ
/sambad/media/post_attachments/wp-content/uploads/2021/09/65f4h654fs65h4hsf65hsfsfhsfhshfsfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)