କଟକ : ମହାନଦୀ ଜଳ ବିବାଦ ସଂପର୍କିତ ମାମଲାର ଶୁଣାଣିରେ ହାଇକୋର୍ଟ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ମହାନଦୀ ଜଳ ବିବାଦ ପ୍ରସଂଗ ଏବେ ଅନ୍ତଃରାଜ୍ୟ ଜଳ ବିବାଦ ଟ୍ରିବୁନାଲରେ ବିଚାରାଧୀନ ରହିଛି। ଜଟିଳ ବୈଷୟିକ ଦିଗକୁ ବିଶେଷଜ୍ଞଙ୍କ ସହଯୋଗରେ ଟ୍ରିବୁନାଲ ଅନୁଧ୍ୟାନ କରୁଛନ୍ତି। ସମାନ୍ତରାଳ ଭାବେ ହାଇକୋର୍ଟରେ ଏହି ପ୍ରସଂଗକୁ ନେଇ ମାମଲା ଚାଲିବା ଗ୍ରହଣୀୟ ନୁହେଁ ବୋଲି ହାଇକୋର୍ଟ କହିବା ସହିତ ୨୦୧୬ରୁ ବିଚାରାଧୀନ ଥିବା ମହାନଦୀ ବଞ୍ଚାଅ ମଞ୍ଚ ଆବେଦନର ଶୁଣାଣିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ୍‌ ଏସ୍‌. ମୁରଲୀଧର ଓ ଜଷ୍ଟିସ୍‌ ଚିତ୍ତରଂଜନ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ଜନସ୍ବାର୍ଥ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

Advertisment

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଛତିଶଗଡ଼ ଦ୍ବାରା ନିର୍ମାଣ କରାଯାଉଥିବା ସଂଖ୍ୟାଧିକ ବ୍ୟାରେଜ, ଆନିକଟ ଓ କ୍ଷୁଦ୍ର ପ୍ରକଳ୍ପ ମହାନଦୀର ଜଳପ୍ରବାହକୁ ହ୍ରାସ କରିଛି। ଓଡ଼ିଶାକୁ ଯେତିକି ପରିମାଣର ମହାନଦୀ ଜଳ ମିଳିବା କଥା, ତାହା ମିଳିପାରୁ ନାହିଁ ବୋଲି ଅଭିଯୋଗ ହୋଇଥିଲା। ଏହି ପ୍ରସଂଗ ନେଇ ୨୦୧୬ରେ ହାଇକୋର୍ଟରେ ଏହି ଜନସ୍ବାର୍ଥ ମାମଲା ରୁଜୁ ହୋଇଥିଲା। ୨୦୧୬, ଅଗଷ୍ଟ ୯ରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ପକ୍ଷ ରଖିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହି ମାମଲା ହାଇକୋର୍ଟରେ ବିଚାରାଧୀନ ଥିବା ବେଳେ ମହାନଦୀ ଜଳ ବିବଦାର ସମାଧାନ ପାଇଁ ଅନ୍ତଃରାଜ୍ୟ ଟ୍ରିବୁନାଲ୍‌ ଗଠନ କରାଯାଇଥିଲା।

ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ: ସେପ୍ଟେମ୍ବର ୨୪ ଶୁଣାଣି ବାତିଲ
ନୂଆଦିଲ୍ଲୀ : ସେ‌ପ୍ଟେମ୍ବର ୨୪ ଶୁଣାଣିକୁ ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ ବାତିଲ କରିଦେଇଛନ୍ତି। ଶୁଣାଣିକୁ ବାତିଲ କରାଯିବାର କାରଣ ସଂପର୍କରେ କିଛି ଜଣାପଡ଼ିନାହିଁ। ପରବର୍ତ୍ତୀ ଶୁଣାଣି କେବେ ହେବ ସେ ନେଇ ମଧ୍ୟ କୌଣସି ସୂଚନା ମିଳିନାହିଁ। ସେ‌ପ୍ଟେମ୍ବର ୨୪ ଶୁଣାଣି ବାତିଲ ସଂପର୍କରେ ଟ୍ରିବ୍ୟୁନାଲ ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟ ପକ୍ଷରୁ ପକ୍ଷଭୁକ୍ତ ରାଜ୍ୟମାନଙ୍କୁ ସୂଚନା ଦିଆଯାଇଛି। ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ମହାନଦୀ ଜଳ ବିବାଦ ସମ‌ାଧାନ ପାଇଁ ଗଠନ କରାଯାଇଥିବା ଟ୍ରିବ୍ୟୁନାଲ ଅକ୍ଟୋବର ୨୦୧୮ରେ ପ୍ରଥମ ଶୁଣାଣି କରିଥିଲେ। ୨୦୨୨ ଅଗଷ୍ଟ ୨୭ ପର୍ଯ୍ୟନ୍ତ ମୋଟ ୩୦ ଥର ଶୁଣାଣି ହୋଇଛି। କରୋନା ଯୋଗୁ ଦୁଇ ବର୍ଷରୁ ଅଧିକ ସମୟ ଧରି ଟ୍ରିବ୍ୟୁନାଲରେ ଭର୍ଚୁଆଲ ମାଧ୍ୟମରେ ମାମଲାର ଶୁଣାଣି ହୋଇଥିଲା।