ମହାନଦୀ ଜଳ ବିବାଦ: ଓଡ଼ିଶା-ଛତିଶଗଡ଼ ସମନ୍ଵୟ ବୈଠକ ଆଜିି

ସମ୍ବଲପୁର : ମହାନଦୀ ଜଳ ବ୍ୟବହାରକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ବିବାଦ ତୀବ୍ର ହୋଇଥିବା ବେଳେ ବହୁପ୍ରତୀକ୍ଷିତ ଓଡ଼ିଶା ଓ ଛତିଶଗଡ଼ର ଜଳ ସଂପଦ ବିଭାଗର ଉଚ୍ଚସ୍ତରୀୟ ସମନ୍ଵୟ ବୈଠକ ଆସନ୍ତା ୨୪ ଅଗଷ୍ଟ ଶୁକ୍ରବାର ଦିନ ଅନୁଷ୍ଠିତ ହେବ। ଛତିଶଗଡ଼ର ଜଳ ସଂପଦ ବିଭାଗର ପାଞ୍ଚଜଣିଆ ଟିମ୍‌ ଶୁକ୍ରବାର ଅପରାହ୍‌ଣରେ ବୁର୍ଲା ଅଶୋକ ନିବାସରେ ପହଂଚିବେ ବୋଲି ଜଣାପଡ଼ିଛି। ବନ୍ୟାଜଳ ନିଷ୍କାସନ ନେଇ ଆଗୁଆ ସତର୍କ ସୂଚନା ଆଦାନ ପ୍ରଦାନ, ମହାନଦୀ ଅବବାହିକାରେ ମୃତ୍ତିକା ସଂରକ୍ଷଣ ଆଦି ପ୍ରସଂଗ ଉପରେ ମୁଖ୍ୟତଃ ଏହି ବୈଠକରେ ଆଲୋଚନା କରାଯିବ। ବୈଠକରେ ଉଭୟ ରାଜ୍ୟର ଜଳସଂପଦ ସର୍ବୋଚ୍ଚ ମୁଖ୍ୟଯନ୍ତ୍ରୀ, ବନ୍ଧ ସୁରକ୍ଷା ନିର୍ଦେଶକଙ୍କ ସମେତ ହୀରାକୁଦ ମୁଖ୍ୟବନ୍ଧ ନିର୍ବାହୀ ଯନ୍ତ୍ରୀ, ଛତିଶଗଗଡ଼ ଜଳସଂପଦ ବିଭାଗର ବିଲାସପୁର ଓ ରାୟଗଡ଼ର ଅଧୀକ୍ଷଣ ଯନ୍ତ୍ରୀ ଯୋଗେ ଦେବେ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର