ହରଭଙ୍ଗା: ଶିଳ୍ପ ବିହୀନ ବୌଦ୍ଧ ଜିଲ୍ଲାରେ ପ୍ରଥମ କରି ୨ବର୍ଷ ତଳେ ଆରମ୍ଭ ହୋଇଥିବା ଡିଷ୍ଟିଲାରୀ କମ୍ପାନି ବିଡିପିଏଲକୁ ଗ୍ରାମ୍ୟ ଜଙ୍ଗଲ ମଧ୍ୟଦେଇ ମହନଦୀରୁ ପାଇପ ଯୋଗେ ଜଳ ନେବା ପ୍ରକଳ୍ପକୁ ସ୍ଥାନୀୟ ୨ଟି ଗ୍ରାମର ଗ୍ରାମବାସୀ ମାନେ ବିରୋଧ କରିବା ଯୋଗୁଁ ଏହା ଅଟକି ରହିଥିଲା।

Advertisment

ତେବେ ଆଜି କମ୍ପାନି ପକ୍ଷରୁ ପାଇପ ବିଛାଇବା ପାଇଁ ସେଠାରେ ଖନନ କାର୍ଯ୍ୟ ଆରମ୍ଭ କରିବାରୁ ବିଷ୍ଣୁପୁର ଓ ଫକୀରପୁର ଗ୍ରାମର ପୁରୁଷ ଓ ମହିଳାମାନେ ସେଠାରେ ପହଞ୍ଚି ତାକୁ ବିରୋଧ କରିଥିଲେ। ଏହାକୁ ନେଇ ସେଠାରେ ଚାପା ଉତ୍ତେଜନା ଦେଖାଦେଇଥିଲା। ଖବର ପାଇ ଅପ୍ରୀତିକର ପରିସ୍ଥିତିକୁ ଏଡାଇବା ପାଇଁ ଘଟଣାସ୍ଥଳରେ ମାଜିଷ୍ଟ୍ରେଟ ଭାବେ ହରଭଙ୍ଗା ଆଡିସନାଲ ତହସିଲଦାର ହରିଓମ ଭୋଇ ଓ ବୌଦ୍ଧ ଥାନା ଅଧିକାରୀ ତପସ୍ୱିନୀ କହଁର ପହଞ୍ଚି ବିରୋଧ କରୁଥିବା ଲୋକଙ୍କ ଉପସ୍ଥିତିରେ ସମ୍ପୃକ୍ତ କମ୍ପାନି ଅଧିକାରୀଙ୍କୁ ପାଇପ ବିଛାଇବା ସକାଶେମିଳିଥିବା ଅନୁମତି ପତ୍ର ଦେଖିବାକୁ କହିଥିଲେ।କମ୍ପାନୀ ଅଧିକାରୀ ଅନୁମତି ପାଇଥିବା କାଗଜପତ୍ର ଦେଖାଇ ପରେ ଉପସ୍ଥିତ ଅଧିକାରୀ ମାନେ ଉଭୟ ଗ୍ରାମର ଗ୍ରାମବାସୀଙ୍କୁ ବୁଝାଶୁଝା କରାଇବା ପରେ ସେଠାରେ ପୁନଃ ଖନନ କାର୍ଯ୍ୟ ହୋଇଥିଲା।

publive-image

ଏ ସମ୍ପର୍କରେ ମାଜିଷ୍ଟ୍ରେଟ ହରିଓମ ଭୋଇଙ୍କୁ ପଚାରିବାରୁ ଲୋକଙ୍କୁ ବୁଝାସୁଝା କରିବା ପରେ ଶାନ୍ତି ଶୃଙ୍ଖଳାର ସହିତ ପାଇପ ବିଛାଇବା ସକାଶେ ଖନନ କାର୍ଯ୍ୟ ହୋଇଥିଲା ବୋଲି କହିଥିଲେ।ଅପରପକ୍ଷରେ ଖନନ କାର୍ଯ୍ୟକୁ ବିରୋଧ କରୁଥିବା ବିଷ୍ଣୁପୁର ଗ୍ରାମର ଜୟନ୍ତ ବାଘାର,ରତ୍ନାକର ଘିବାଲା, ନରୋତ୍ତମ ବାଘାର, ତରଣୀ ମାହାର, ବୁଲୁ ମେଣ୍ଡୁଲି ଏବଂ ଫକୀରପୁର ଗ୍ରାମର ସୁନୀଲ ଭୋକ୍ତା, ତୋଫାନ ବାରିକ ପ୍ରବୀଣ ସେଠିଙ୍କ କହିବା କଥାହେଲା ଦୁଇଟି ତକ ଗ୍ରାମର ସମସ୍ତ ଗ୍ରାମବାସୀଙ୍କ ସହ ପ୍ରଥମେ ଆଲୋଚନା କରାଯାଇ ନିଷ୍ପତି ନହେବା ଯାଏଁ ଆମେ ଖନନ କାର୍ଯ୍ୟକୁ ବିରୋଧ କରିବୁ ବୋଲି କହିଥିଲେ।