ନୂଆଦିଲ୍ଲୀ: ମହାନଦୀ ଜଳବିବାଦ ସମାଧାନ ପାଇଁ ଆଜି ଓଡ଼ିଶା ଓ ଛତିଶଗଡ଼ ରାଜ୍ୟର ଅଧିକାରୀ ଓ ବୈଷୟିକ ବିଶେଷଜ୍ଞମାନଙ୍କର ଦିଲ୍ଲୀର ଚାଣକ୍ୟପୁରୀରେ ବୈଠକ ହୋଇଛି। ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ଦୁଇ ରାଜ୍ୟର ଜଳସମ୍ପଦ ବିଭାଗର ସଚିବଙ୍କ ସମେତ ଅଧିକାରୀ ଓ ବିଶେଷଜ୍ଞମାନେ ଅଣମୌସୁମୀ ସମୟରେ ଓଡ଼ିଶାକୁ କେତେ ପରିମାଣର ଜଳ ଯୋଗାଇ ଦିଆଯିବ ସେନେଇ ବିଚାରବିମର୍ଶ କରିଛନ୍ତି। ହେଲେ ବୈଠକର ସବିଶେଷ ବିବରଣୀ ତଥା ବୈଠକର ନିଷ୍କର୍ସ ସମ୍ପର୍କରେ କୌଣସି ସୂଚନା ରିପୋର୍ଟ ଲେଖିବା ପର୍ଯ୍ୟନ୍ତ ମିଳିପାରିନାହିଁ। ଗତମାସ ୨୫ ତାରିଖରେ ହୋଇଥିବା ପ୍ରଥମ ରାଉଣ୍ଡ୍ ବୈଠକରେ କୌଣସି ଫଳ ବାହାରି ପାରିନଥିବାରୁ ଆଜି ଦ୍ବିତୀୟ ଥର ପାଇଁ ବୈଠକ ହୋଇଥିଲା। ବୈଠକରେ ଯୋଗ ଦେଇଥିବା ଓଡ଼ିଶାର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ ବୈଠକର ନିଷ୍ପତ୍ତି ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ୍କୁ ଜଉମୁଦ ଲଫାଫାରେ ମାର୍ଚ୍ଚ ୯ରେ ପ୍ରଦାନ କରାଯିବ। ଉଲ୍ଲେଖଯୋଗ୍ୟ ମାର୍ଚ୍ଚ ୯ ତାରିଖରେ ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ୍ ଓଡ଼ିଶାର ମଧ୍ୟବର୍ତ୍ତିକାଳୀନ ଆବେଦନର ରାୟ ଶୁଣାଇବେ।
ମହାନଦୀ ଜଳବିବାଦ ସମାଧାନ ପାଇଁ ଦ୍ବିତୀୟ ବୈଠକ
/sambad/media/post_attachments/wp-content/uploads/2018/09/mahanandi-1_2395088_835x547-m.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)