ମାହାଙ୍ଗା ବିଧାନସଭାସ୍ତରୀୟ ‘ଜନସମ୍ବାଦ’ ରାଲିକୁ ଧର୍ମେନ୍ଦ୍ରଙ୍କ ସମ୍ବୋଧନ

କଟକ : ମାହାଙ୍ଗା ସମେତ ରତ୍ନଗର୍ଭା ଓଡ଼ିଶାର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲକ୍ଷ୍ୟ ରଖିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଏହି ମୂଳଲକ୍ଷ୍ୟକୁ ପୂରଣ କରିବା ପାଇଁ କାର୍ଯ୍ୟକର୍ତ୍ତାମାନେ ଅଧିକ ପରିଶ୍ରମ କରନ୍ତୁ ଓ ରାଜ୍ୟରେ ପ୍ରଧାନମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରି ଦଳୀୟ ସ˚ଗଠନକୁ ମଜବୁତ୍‌ କରନ୍ତୁ ବୋଲି ମାହାଙ୍ଗା ବିଧାନସଭାସ୍ତରୀୟ ଜନସମ୍ବାଦ ଭର୍ଚୁଆଲ ରାଲିରେ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ କାର୍ଯ୍ୟକର୍ତ୍ତାଙ୍କୁ ଆହ୍ବାନ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ମୋଦୀ ସରକାରଙ୍କ ଦ୍ବିତୀୟ ପାଳିର ପ୍ରଥମବର୍ଷ ପୂର୍ତ୍ତି ଅବସରରେ ପୂର୍ବତନ ବିଧାୟକ ତଥା ବିଜେପି ଜିଲ୍ଲା ସଭାପତି ପ୍ରକାଶ ବେହେରାଙ୍କ ଅଧୢକ୍ଷତାରେ ଆୟୋଜିତ ମାହାଙ୍ଗା ବିଧାନସଭାସ୍ତରୀୟ ଜନସମ୍ବାଦ ଭର୍ଚୁଆଲ ରାଲିରେ ଶ୍ରୀ ପ୍ରଧାନ କହିଛନ୍ତି, କରୋନା ଭଳି କଠିନ ସମୟରେ ଗରିବ ଦେଶବାସୀଙ୍କ ହିତରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଘୋଷଣା କରିଛନ୍ତି, ଯାହା ସଂଜୀବନୀ ସଦୃଶ ହୋଇଛି। ପ୍ରଧାନମନ୍ତ୍ରୀଙ୍କ ସ˚ସ୍କାର କାରଣରୁ ଦେଶରେ କୃଷିକ୍ଷେତ୍ର ମଜବୁତ୍‌ ହେବ। ମାହାଙ୍ଗା ଅ˚ଚଳର ଚାଷୀମାନେ ଉଚିତ୍‌ ମୂଲ୍ୟ ପାଇପାରିବେ। ଅମ୍ପାନ ବାତ୍ୟାର ସମୀକ୍ଷା ପାଇଁ ଓଡ଼ିଶା ଗସ୍ତରେ ଆସି ପ୍ରଧାନମନ୍ତ୍ରୀ ତତ୍କାଳ ରାଜ୍ୟ ପାଇଁ ୫୦୦ କୋଟି ଟଙ୍କା ଘୋଷଣା କଲେ ଓ ଦିନକ ପରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ରାଜ୍ୟକୁ ଉକ୍ତ ଟଙ୍କା ପଠାଇଦେଲେ।ଏଥିରେ ଓଡ଼ିଶା ପ୍ରତି ଥିବା ପ୍ରଧାମନ୍ତ୍ରୀଙ୍କ ସମବେଦନା ସ୍ପଷ୍ଟ ବାରିହୋଇ ପଡ଼ୁଛି ବୋଲି ସେ କହିଥିଲେ। ଏହି କାର୍ଯ୍ୟକ୍ରମରେ ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ମାହାଙ୍ଗା ବିଜେପି ନେତା ସାରଦା ପ୍ରଧାନ, କଟକସଦର ନିର୍ବାଚନମଣ୍ତଳୀ ନେତା ଦିଲ୍ଲୀପ ମଲ୍ଲିକ, ମହିଳା ସଭାନେତ୍ରୀ ଯାଜ୍ଞସେନୀ ଜେନା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର