କଟକ: ମାହାଙ୍ଗା ଡବଲ ମର୍ଡର ମାମଲାରେ ପୁଲିସକୁ ଝଟକା । ଜେଏମ୍ଏଫସି କୋର୍ଟର ନିର୍ଦ୍ଦେଶକୁ ଖାରଜ କଲେ ସାଲେପୁର ଏଡିଜେ କୋର୍ଟ । ଜେଏମ୍ଏଫସି କୋର୍ଟ ମାହାଙ୍ଗା ପୁଲିସକୁ ଅପଡେଟ୍ କେଶ ଡାଏରୀ ଓ ସିଡିଆର ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହାକୁ ପୁର୍ନବିଚାର ପାଇଁ ମାହାଙ୍ଗା ଥାନା ଅଧିକାରୀ ଏଡିଜେ କୋର୍ଟ ଯାଇଥିଲେ ।
ଆଜି ଏଡିଜେ କୋର୍ଟ ଏହି ପୁର୍ନବିଚାର ଆବେଦନକୁ ଖାରଜ କରିଦେଇଛନ୍ତି । ୧୦ ତାରିଖ ସକାଳ ୧୦ଟା ୩୦ ସୁଦ୍ଧା ପୁନଃ ତଦନ୍ତ ରିପୋର୍ଟ ଓ ସିଡିଆର ଦାଖଲ କରିବା ପାଇଁ କୁହାଯାଇଛି । ଏହା ସହ କାହିଁକି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନନିଆଯିବ ତାହା ମଧ୍ୟ ଜଣାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବରୁ ସିଡିଆର ଦାଖଲ କରିବା ପାଇଁ ଜେଏମ୍ଏଫସି କୋର୍ଟ କହିଥିଲେ ମଧ୍ୟ ମାହାଙ୍ଗା ପୁଲିସ ସମୟ ମାଗିଥିଲା ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/12/Mahanga-Double-Murder-Case_Thumbnail.jpg)