ମନ୍ତ୍ରୀଙ୍କ ନାଁ ପୁଲିସ ଚାର୍ଜସିଟ୍‌ରୁ ବାଦ୍‌କୁ ନେଇ ମାମଲା: ଅଦାଲତରେ ପ୍ରୋଟେଷ୍ଟ୍‌ ପିଟିସନ୍‌ ଦାଖଲ

ମାହାଙ୍ଗା ଡବଲ୍‌ ମର୍ଡର

କଟକ : ବହୁଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡ଼ର ଘଟଣାରେ ପୁଲିସ ଦାଖଲ କରିଥିବା ଚାର୍ଜସିଟ୍‌ରୁ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ପ୍ରତାପ ଜେନାଙ୍କ ନାମ ବାଦ୍‌ ଦିଆଯାଇଛି। ଏହାକୁ ବିରୋଧ କରି ସାଲେପୁର ଜେଏମ୍‌ଏଫ୍‌ସିଙ୍କ ଅଦାଲତରେ ପ୍ରୋଟେଷ୍ଟ ପିଟିସନ୍‌ ଦାଖଲ କରିଛନ୍ତି ହତ୍ୟାକାଣ୍ଡର ଶିକାର ହୋଇଥିବା ମୃତ କୁଳମଣି ବରାଳଙ୍କ ପୁଅ ତଥା ସମିତିସଭ୍ୟ ରମାକାନ୍ତ ବରାଳ। ଜାଣିଶୁଣି ମନ୍ତ୍ରୀଙ୍କ ନାମକୁ ଏହି ମାମଲାର ଚାର୍ଜସିଟ୍‌ରୁ ପୁଲିସ କାଟି ଦେଇଥିବା ସେ ଅଭିଯୋଗ କରି ପ୍ରଥମେ ପୁଲିସ ନିକଟରେ ଏକ ପିଟିସନ୍‌ ଦାଖଲ କରିଥିଲେ। କିନ୍ତୁ ସେଥିରୁ କୌଣସି ସନ୍ତୋଷଜନକ ଉତ୍ତର ନପାଇବା ଫଳରେ ସେ ବାଧ୍ୟ ହୋଇ ଆଇନର ଆଶ୍ରୟ ନେଇଥିବା ସୂଚନା ଦେଇଛନ୍ତି।

୨୦୨୧, ଜାନୁଆରି ୨ ତାରିଖରେ ମାହାଙ୍ଗା ପଞ୍ଚାୟତ ସମିତିର ପ୍ରାକ୍ତନ ଅଧ୍ୟକ୍ଷ ତଥା ସାଲେପୁରର ବିଜେପି ପ୍ରଭାରୀ କୁଳମଣି ବରାଳ(୭୩) ଓ ତାଙ୍କ ସହଯୋଗୀ (ଦାଦା) ଦିବ୍ୟସିଂହ ବରାଳ (୮୦)ଙ୍କୁ ବ୍ରାହ୍ମଣସାହି ନିକଟରେ ସଂଘବଦ୍ଧ ଭାବେ ଆକ୍ରମଣ କରି ହତ୍ୟା କରାଯାଇଥିଲା। ଏହି ଘଟଣାରେ ମାହାଙ୍ଗା ପୁଲିସ ମନ୍ତ୍ରୀ ଶ୍ରୀ ଜେନାଙ୍କ ସମେତ ୧୩ରୁ ଅଧିକ ‌ବ୍ୟକ୍ତିଙ୍କ ନାମରେ ମାମଲା ରୁଜୁ କରିଥିଲା। ୧୦ ଜଣଙ୍କୁ ପୁଲିସ ଗିରଫ କରିଥିବାବେଳେ ଅନ୍ୟତମ ଅଭିଯୁକ୍ତ ତଥା ସରପଞ୍ଚଙ୍କ ସ୍ବାମୀ ପ୍ରଫୁଲ୍ଲ ବିଶ୍ବାଳଙ୍କ ମୃତଦେହ ଟାଙ୍ଗୀ ନିକଟରୁ ଉଦ୍ଧାର କରାଯାଇଥିଲା।

ସମ୍ବନ୍ଧିତ ଖବର