କଟକ/ନିଶ୍ଚିନ୍ତକୋଇଲି: ବିବାହ ବନ୍ଧନରେ ବାନ୍ଧି ହେବେ ମାହାଙ୍ଗାର ଯୁବ ବିଧାୟକ ସାରଦା ପ୍ରଧାନ (ବୁଲୁ)। ଓଡ଼ିଶା ପ୍ରାଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇ ତାଲିମ ନେଉଥିବା ସିପ୍ରା ପ୍ରିୟଦର୍ଶିନୀ ବଳ (ମାମୁନୁ)ଙ୍କୁ ଜୀବନସାଥୀ ରୂପେ ବାଛିଛନ୍ତି ବୁଲୁ। ସିପ୍ରା ପ୍ରିୟଦର୍ଶିନୀ କେନ୍ଦ୍ରାପଡ଼ାଜିଲ୍ଲା ଡେରାବିଶ ବ୍ଲକ ଜଅଁରା ବାରିମୂଳ ଗାଁର ରମେଶ ବଳଙ୍କ ବଡ଼ ଝିଅ। ସେ ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ବିଜ୍ଞାନରେ ସ୍ନାତକ ଡିଗ୍ରି ହାସଲ କରି ନିଶ୍ଚିନ୍ତକୋଇଲି ବ୍ଲକ୍ରେ ସାମାଜିକ ସମ୍ପ୍ରସାରଣ ଅଧିକାରୀ ଭାବେ କାର୍ଯ୍ୟ କରୁଥିଲେ। ପରେ ୨୦୨୩ ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଏବେ ତାଲିମ ନେଉଛନ୍ତି। ଆସନ୍ତାକାଲି ଅର୍ଥାତ୍ ମାର୍ଚ୍ଚ ୨ (ରବିବାର) ଦିନ ତାଙ୍କର ବିବାହ ଉତ୍ସବ ରାଜସ୍ଥାନର ଜୟପୁରଠାରେ ଅନୁଷ୍ଠିତ ହେବ।
ଏଥିପାଇଁ ଉଭୟ ପରିବାର ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି। ଆଜି ହଳଦୀ ଓ ମେହେନ୍ଦୀ ଉତ୍ସବ ଅନୁଷ୍ଠିତ ହୋଇଥିବାବେଳେ ସାରଦା ଓ ସିପ୍ରା ଉଭୟ ହଳଦିଆ ରଙ୍ଗର ପୋଷାକ ପିନ୍ଧି ପରସ୍ପରର ହାତଧରି ଚାଲିବାର ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଛି। ଉଭୟ ବର ଓ କନ୍ୟା ପକ୍ଷରୁ ୩୦ଜଣ ଲେଖାଏଁ ବନ୍ଧୁ, ପରିଜନ ଓ ଖାସ୍ ଅତିଥି ଜୟପୁରରେ ପହଞ୍ଚି ସାରିଛନ୍ତି। ବିଜେପିର ଅନେକ ନେତା, ବିଧାୟକ, ସାଂସଦ ବି ସେଠାରେ ପହଞ୍ଚିଛନ୍ତି। ଆସନ୍ତାକାଲି ବିବାହ ଉତ୍ସବ ପରେ ନବ ଦମ୍ପତି ନୂଆଦିଲ୍ଲୀ ଯାଇ ସେଠାରୁ ୩ ତାରିଖରେ ଓଡ଼ିଶା ଫେରି ଆସିବା କାର୍ଯ୍ୟକ୍ରମ ରହିଛି। ବୁଲୁ ଗଲା ସାଧାରଣ ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ଭାବେ ପ୍ରତିଦ୍ବନ୍ଦ୍ବିତା କରି ମାହାଙ୍ଗାରୁ ପ୍ରଥମ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ସେ ବିଜେପିର ସହଯୋଗୀ ବିଧାୟକ ଅଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/03/02/Wfim3sKwncdIcXeFrPDG.jpg)