ମାହାଙ୍ଗା : ମାହାଙ୍ଗାରେ ୨୦୧୮ରେ ଘଟିଥିବା ବିକାଶ ଯେନା ହତ୍ୟାକାଣ୍ଡର ଅଭିଯୁକ୍ତ ଚିତ୍ତରଞ୍ଜନ ବିଶ୍ବାଳକୁ ଦୁଇବର୍ଷ ପରେ ପୁଲିସ୍ ଗିରଫ କରିବାରେ ସଫଳ ହୋଇଛି। ଅନ୍ୟପଟେ ଉଭୟ ବିକାଶ ଯେନା ଓ ମାହାଙ୍ଗା ଡବଲ୍ ମର୍ଡର ଘଟଣାରେ ଅଭିଯୁକ୍ତ ଥିବା ସ୍ଥାନୀୟ ସରପଞ୍ଚଙ୍କ ଦିଅର ପ୍ରମୋଦ ବିଶ୍ବାଳ କଟକର ଏସ୍ଟିଏସ୍ସି କୋର୍ଟରେ ଆତ୍ମସମର୍ପଣ କରିଛି।
ମାହାଙ୍ଗା ଥାନା ଅନ୍ତର୍ଗତ ନୁର୍ତ୍ତାଙ୍ଗ ଯଁକୋଟୀ ଗ୍ରାମରେ ୨୦୧୮, ଡିସେମ୍ବର ୧୩ ତାରିଖରେ ସ୍ଥାନୀୟ ବିଜେପି ନେତା ବିକାଶ ଜେନାଙ୍କୁ ହତ୍ୟା କରାଯାଇଥିଲା। ସେହି ଘଟଣାରେ ପୁଲିସ ପୂର୍ବରୁ ମାତ୍ର ୩ଜଣଙ୍କୁ ଗିରଫ କରିଥିବାବେଳେ ଅନ୍ୟ ଅଭିଯୁକ୍ତମାନେ ଫେରାର ଥିବା କୁହାଯାଉଥିଲା। ଏବେ ପୁଣି ମାହାଙ୍ଗା ପଂଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ, ବିଜେପି ନେତା କୁଳମଣି ବରାଳ ଓ ଦିବ୍ୟସିଂହ ବରାଳଙ୍କୁ ହତ୍ୟା କରାଯିବା ପରେ ଏହାକୁ ବିକାଶ ଯେନା ହତ୍ୟାକାଣ୍ଡ ସହ ଯୋଡ଼ା ଯାଇଥିଲା। ଅଭିଯୁକ୍ତଙ୍କୁ ପୁଲିସ ଖୋଲା ଛାଡ଼ି ଦେଇଥିବାରୁ ସେମାନେ ଏଭଳି ତିନି ତିନିଟି ହତ୍ୟାକାଣ୍ଡ ଘଟାଇବାର ସାହସ କଲେ ବୋଲି ବିଜେପି ଅଭିଯୋଗ ଆଣି ଆନ୍ଦୋଳନକୁ ଓହ୍ଲାଇଥିଲା।
ବିକାଶ ଯେନା ହତ୍ୟାକାଣ୍ଡ ଘଟଣାାରେ ପୁଲିସ୍ ଚିତ୍ତରଞ୍ଜନକୁ ଗିରଫ କରିଥିବାବେଳେ ଡବଲ ମର୍ଡର ଘଟଣାରେ ପ୍ରମୋଦ ବିଶ୍ବାଳ ଆତ୍ମସମର୍ପଣ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/02/mahanga-f.jpg)