ମାହାଙ୍ଗା ଟ୍ରିପଲ ମର୍ଡର: ମନ୍ତ୍ରୀ ପ୍ରତାପ ଜେନାଙ୍କ ଗିରଫ ଦାବି କଲା ପ୍ରଦେଶ ଛାତ୍ର କଂଗ୍ରେସ

ଭୁବନେଶ୍ୱର : ମାହାଙ୍ଗା ଟ୍ରିପଲ ମର୍ଡର ଘଟଣାରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ଇସ୍ତଫା ସହ ଗିରଫ ଦାବି କରିଛି ପ୍ରଦେଶ ଛାତ୍ର କଂଗ୍ରେସ। ଶନିବାର ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ସଭାପତି ୟାସିର ନୱାଜଙ୍କ ନେତୃତ୍ୱରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏକ ବିଶାଳ ରାଲି କଂଗ୍ରେସ ଭବନରୁ ବାହାରି ମନ୍ତ୍ରୀଙ୍କ ବାସଭବନ ଆଡ଼କୁ ଅଗ୍ରସର ହେଉଥିବା ବେଳେ ରାଜମହଲ ଛକ ନିକଟରେ ପୁଲିସ ସେମାନଙ୍କୁ ଅଟକାଇଥିଲା। ସେଠାରେ ଛାତ୍ର କଂଗ୍ରେସର କର୍ମକର୍ତ୍ତାମାନେ ମୁଖ୍ୟମନ୍ତ୍ରୀଙ୍କ ସମେତ ମନ୍ତ୍ରୀ ଶ୍ରୀ ଜେନାଙ୍କ କୁଶପୁତ୍ତଳିକା ଦାହ କରିଥିଲେ। ପୋଲିସ ବ୍ୟାରିକେଡ ଭାଙ୍ଗି କେତେକ କର୍ମୀ ମନ୍ତ୍ରୀଙ୍କ ବାସଭବନ ଆଡ଼କୁ ଯିବାକୁ ଉଦ୍ୟମ କରୁଥିବା ବେଳେ ପୁଲିସ ସେମାନଙ୍କୁ ଗିରଫ କରିଥିଲା।

ଏହି ରାଲିରେ ରାଷ୍ଟ୍ରୀୟ ଛାତ୍ର କଂଗ୍ରେସର ସଂପାଦକ ତଥା ଓଡ଼ିଶା ପ୍ରଭାରୀ ରୋଶନଲାଲ ବିଟୁ ଯୋଗ ଦେଇ କହିଥିଲେ, ମାହାଙ୍ଗା ମର୍ଡର ଘଟଣାରେ ପ୍ରତାପ ଜେନାଙ୍କ ସଂପୃକ୍ତିକୁ ମୁଖ୍ୟମନ୍ତ୍ରୀ ଘଣ୍ଟ ଘୋଡ଼ାଉଛନ୍ତି। ବିଜେଡି ସରକାର ଅମଳରେ ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଦୁର୍ନୀତିକୁ ବିରୋଧ କଲେ ରାଜନେତାଙ୍କୁ ଜୀବନ ଦେବାକୁ ପଡ଼ୁଛି ବୋଲି ଶ୍ରୀ ବିଟୁ କହିଥିଲେ। ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାସିର୍ ନୱାଜ କହିଛନ୍ତି ଯେ ମାହାଙ୍ଗାରେ ଲଗାତର ତିନୋଟି ହତ୍ୟା ଘଟଣାର ମୁଖ୍ୟ ଆସାମୀ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ପ୍ରତାପ ଜେନା। ମାହାଙ୍ଗାରେ ଦୁର୍ନୀତିର ପଥରୋଧ କଲେ ଏପରି ଦଣ୍ଡ ସରକାରୀ ଦଳ ଦିଏ ବୋଲି ସ୍ପଷ୍ଟ ହୋଇଛି। ଏହି କାର୍ଯ୍ୟକ୍ରମରେ ଛାତ୍ର କଂଗ୍ରେସର ରାଷ୍ଟ୍ରୀୟ ସଂଯୋଜକ ବିବେକ ସିଂ ପଟେଲ, ଆଦିତ୍ୟ ଚୌଧୁରୀ, ବାବୁ ଜେନା, ନିରଞ୍ଜନ ଦାସ, ବିପ୍ଳବ ପରିଡ଼ା, ଅଖିଳେଶ ଯାଦବ, ଆଦିତ୍ୟ ପ୍ରୀତମ ଦାସ, ସାଗର ପଟ୍ଟନାୟକ, କାର୍ତ୍ତିକ କାଣ୍ଡି, ସୌମ୍ୟରଂଜନ ବରାଳ, ଅହମ୍ମଦ ଖାନ୍‌, ଅବିନାଶ ନନ୍ଦ, କୁମାର ପ୍ରୀତମ ପରିଜା, ଆଶୁତୋଷ ମିଶ୍ର, ଅଙ୍କିତ କୁମାର ସାହୁ, ସ୍ମୃତିରଂଜନ ଜେନା, ବିଶ୍ବରଂଜନ ପାଣିଗ୍ରାହୀ, ଗୌରବ ପତି, ବାପୁଜୀ ପ୍ରଧାନ, ଅଭିଷେକ ନାୟକ, ଅର୍ଣ୍ଣବ କୁମାର ଗୁରୁ, ଶୁଭମ ଦାସ, ରଂଜିତ ସେନାପତି, ନାଜିଆ ପାରୁନିମ୍‌, ମଧୁସ୍ମିତା ସାହୁ, ନିଆଜୁଲ ଇସଲାମ, ସୃଷ୍ଟି ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର