ଅଣସର ଘରେ ଗୁପ୍ତନୀତି, ମହାପ୍ରଭୁଙ୍କ ଚକା ବିଜେ

ପୁରୀ: ସ୍ନାନଯାତ୍ରା ପର ଠାରୁ ଶ୍ରୀମନ୍ଦିରରେ ଅଣସର ଘରେ ଅସୁସ୍ଥ ମହାପ୍ରଭୁଙ୍କ ଗୁପ୍ତ ନୀତି ଚାଲିଛି। ଶ୍ରୀମନ୍ଦିରରେ ଘଣ୍ଟଘଣ୍ଟା ବାଜିବାକୁ ନିଷେଧ କରାଯାଇଛି। ଅଣସର ତାଟି ପଡ଼ିବା ପରେ ତାଟି ସମ୍ମୁଖରେ ପଟିଦିଅଁ ପୂଜା ପାଉଛନ୍ତି। ଶ୍ରୀମନ୍ଦିର ବୈଦ୍ୟଙ୍କ ପରାମର୍ଶକ୍ରମେ ମହାପ୍ରଭୁଙ୍କୁ ଫୁଲୁରି ତେଲ, ଓଷ ଲାଗି ପରେ ସ୍ନାନଯାତ୍ରା ପରଠାରୁ ଶୋଇ ରହିଥିବା ମହାପ୍ରଭୁ ସାମାନ୍ୟ ସୁସ୍ଥ ଅନୁଭବ କରିଛନ୍ତି। ଏତେଦିନ ଧରି ଶୋଇ ରହିଥିବା ମହାପ୍ରଭୁ ଆଜି ଚକା ବିଜେ କରିଛନ୍ତି। ‌ଶୋଇବା ଅବସ୍ଥାରୁ ଉଠି ବସିଛନ୍ତି। ତଥାପି ପୂରା ସୁସ୍ଥ ହୋଇନାହାନ୍ତି ମହାପ୍ରଭୁ। ଏଥିପାଇଁ ଦଶମୂଳ ମହୌଷଧୀ ପ୍ରସ୍ତୁତ ପରେ ଗାରଦରେ ଦାଖଲ ହୋଇଛି। ଆସନ୍ତାକାଲି ଏହି ଦଶମୂଳ ମହାପ୍ରଭୁଙ୍କୁ ଲାଗି ହେବ। ପରେ ଅନ୍ୟାନ୍ୟ ଗୁପ୍ତ ନୀତି ସଂପନ୍ନ ହେବ।

ସମ୍ବନ୍ଧିତ ଖବର