ମହାପ୍ରଭୁଙ୍କ ମହାସ୍ନାନ ଯୋଗୁ ଦେଢ଼ଘଣ୍ଟା ଦର୍ଶନ ବନ୍ଦ

ପୁରୀ:‌ ଜଣେ ବୟସ୍କ ବ୍ୟକ୍ତି ଆଜି ଜଗମୋହନ ପ୍ରବେଶ ଦ୍ବାରରେ ଅଶୌଚ କରିଦେବାରୁ ଶ୍ରୀମନ୍ଦିର ପୂଜାନୀତି ମାରା ହୋଇଛି। ଏଥିପାଇଁ ଆଜି ମହାପ୍ରଭୁଙ୍କ ମହାସ୍ନାନ କରାଯାଇଛି। ମହାସ୍ନାନ ଓ ଅନ୍ୟାନ୍ୟ ନୀତି ପାଇଁ ପ୍ରାୟ ଦେଢ଼ ଘଣ୍ଟା ଭକ୍ତଙ୍କ ଦର୍ଶନ ବନ୍ଦ ରହିଛି। ଆଜି ସଂଧ୍ୟା ପ୍ରାୟ ୬ଟା ୨୫ରେ ସାତପାହାଚରୁ ଶ୍ରୀମନ୍ଦିର ଜଗମୋହନକୁ ପ୍ରବେଶ ପରେ ହଠାତ୍ ଜଣେ ବୟସ୍କ ବ୍ୟକ୍ତି ଝାଡ଼ା କରି ଦେଇଥିଲେ। ସଂପୃକ୍ତ ବ୍ୟକ୍ତି ବାହାରକୁ ଯିବା ପରେ ଜଗମୋହନରେ ପାଣି ପଡ଼ି ଧୁଆଯାଇଥିଲା। ମହାପ୍ରଭୁଙ୍କ ନୀତି ବନ୍ଦ ରଖାଯାଇ ମହାସ୍ନାନ କରାଯାଇଥିଲା। ରାତି ପ୍ରାୟ ୮ଟାରେ ମହାସ୍ନାନ ସରିବା ପରେ ଅନ୍ୟାନ୍ୟ ନୀତି ଆରମ୍ଭ ହୋଇଥିଲା। ଏଥିସହ ଭକ୍ତଙ୍କ ଦର୍ଶନ ବି ସ୍ବାଭାବିକ ହୋଇଥିଲା।

ସମ୍ବନ୍ଧିତ ଖବର