ମହାପ୍ରଭୁଙ୍କ ଅଳଙ୍କାର ମରାମତି ଆରମ୍ଭ

ପୁରୀ : ରତ୍ନଭଣ୍ଡାରକୁ ନେଇ ବିବାଦ ଥମି ନଥିବାବେଳେ ଆଜିଠାରୁ ବାହାର ଭଣ୍ଡାରରେ ଥିବା ମହାପ୍ରଭୁଙ୍କ ଅଳଙ୍କାର ମରାମତି କାମ ଆରମ୍ଭ ହୋଇଛି। ରଥଯାତ୍ରାରେ ମହାପ୍ରଭୁଙ୍କ ଶ୍ରୀପୟର, ପଦ୍ମ ଆଦି ଅଳଙ୍କାରର ମରାମତି କାମ ଆରମ୍ଭ ହୋଇଛି। ଏଥିପାଇଁ ସିସିଟିଭି ବ୍ୟବସ୍ଥା କରାଯାଇଛି। ସିସିଟିଭି ନଜରରେ ସମସ୍ତ କାମ ଆଗେଇ ଚାଲିଛି। ଭୁବନେଶ୍ୱରରୁ ଆସିଥିବା ୪ଜଣ ବଣିଆ ଆଜିଠାରୁ ଏହି ମରାମତି କାମ ଆରମ୍ଭ କରିଛନ୍ତି। ଭକ୍ତମାନେ ଦାନରେ ଦେଇଥିବା ସୁନାରେ ଏହି ମରାମତି କାମ ଆରମ୍ଭ ହୋଇଥିବାବେଳେ ପରବର୍ତୀ ସମୟରେ ମହାପ୍ରଭୁଙ୍କ ମାଳି ଓ ଅନ୍ୟାନ୍ୟ ଅଳଙ୍କାରର ମରାମତି କାମ ଆରମ୍ଭ ହେବ। ପ୍ରାଥମିକ ପର୍ଯ୍ୟାୟରେ ରଥଯାତ୍ରା ପାଇଁ ଆବଶ୍ୟକ ଅଳଙ୍କାରର ମରାମତି ଆରମ୍ଭ ହୋଇଛି। ଦୁଇ ଦିନ ତଳେ ମହାପ୍ରଭୁଙ୍କ ହୁଣ୍ଡିରେ ଦାନ ସୂତ୍ରରେ ପଡ଼ିଥିବା ୧୪ କେଜି ୫୦୦ ଗ୍ରାମ ସୁନା ଲକରକୁ ଯାଇଥିବାବେଳେ ୮୦୦ ଗ୍ରାମ ସୁନା ମରାମତି ପାଇଁ ରଖାଯାଇଥିଲା।

ସମ୍ବନ୍ଧିତ ଖବର