ପୁରୀ : ଆଜି ପବିତ୍ର ହରିଶୟନ ଏକାଦଶୀ। ଆଜିଠୁ ଆରମ୍ଭ ହୋଇଛି ମହାପ୍ରଭୁଙ୍କ ଶୟନ ନୀତି। ପରମ୍ପରା ଅନୁଯାୟୀ, ଆଜିଠାରୁ ମହାପ୍ରଭୁ ୪ ମାସ ପାଇଁ ଶୋଇ ରହିବେ। ଭାଦ୍ରବ ମାସରେ କଡ଼ ଲେଉଟେଇବେ। କାର୍ତ୍ତିକ ମାସ ଶୁକ୍ଲପକ୍ଷ ଏକାଦଶୀ ଦିନ ମହାପ୍ରଭୁ ନିଦରୁ ଉଠିବେ। ଏଥିପାଇଁ ରଥ ଉପରେ ସ୍ବତନ୍ତ୍ର ନୀତି ଅନୁଷ୍ଠିତ ହୋଇଛି। ହରି ହେଉଛନ୍ତି ବିଷ୍ଣୁ। ମହାପ୍ରଭୁ ହେଉଛନ୍ତି ବିଷ୍ଣୁଙ୍କ ଅବତାର। ଏଣୁ ମହାପ୍ରଭୁ ଆଜିଠାରୁ ଶୟନରତ ରହିବେ। କେବଳ ମହାପ୍ରଭୁ ଶ୍ରୀଜଗନ୍ନାଥ ନୁହଁନ୍ତି, ବିଷ୍ଣୁଙ୍କ ସମସ୍ତ ରୂପ ବି ଆଜିଠାରୁ ଶୋଇ ରହିବେ। ଭାଦ୍ରବ ମାସରେ ମହାପ୍ରଭୁଙ୍କ କଡ଼ ଲେଉଟା ନୀତି ଅନୁଷ୍ଠିତ ହେବ। ଶ୍ରୀମନ୍ଦିର ସୂଚନା ଓ ଲୋକ ସଂପର୍କ ଅଧିକାରୀ ଲକ୍ଷ୍ମୀଧର ପୂଜାପଣ୍ଡାଙ୍କ ସୂଚନା ମୁତାବକ, ଆଜି ରଥ ଉପରେ ଏହି ନୀତି ସଂପନ୍ନ ହେବ। ବଡ଼ସିଂହାର ବେଶ ଓ ଭୋଗଲାଗି ସମୟରେ ଶୟନ ଠାକୁର ରଥ ଉପରକୁ ବିଜେ କରିଥିଲେ। ବଳଭଦ୍ରଙ୍କ ଶୟନ ଠାକୁର ବାସୁଦେବ, ମା’ ସୁଭଦ୍ରାଙ୍କ ଶୟନ ଠାକୁରାଣୀ ଭୁବନେଶ୍ବରୀ ଓ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶୟନ ଠାକୁର ନାରାୟଣ ରଥ ଉପରେ ବିଜେ ପରେ ଅଙ୍ଗଲାଗି ନୀତି ସଂପନ୍ନ ହୋଇଥିଲା। ତିନି ଠାକୁରଙ୍କୁ ଅଙ୍ଗଲାଗି ପରେ ଶୟନ ଠାକୁର ବାସୁଦେବ, ଭୁବନେଶ୍ବରୀ ଓ ନାରାୟଣ ପୁନର୍ବାର ଶ୍ରୀମନ୍ଦିର ଫେରିଯିବେ। ଶ୍ରୀମନ୍ଦିର ଭଣ୍ଡାର ଘରେ ତିନି ଠାକୁର ଶୟନ କରିଛନ୍ତି। ଚାରିମାସ ପରେ ମହାପ୍ରଭୁ ନିଦରୁ ଉଠିବେ।
ଶୋଇଲେ ମହାପ୍ରଭୁ
/sambad/media/post_attachments/wp-content/uploads/2019/07/Sinhadwar-re-Tini-ratha.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)