ପୁରୀ: ପରୀକ୍ଷା ମୂଳକ ଭାବେ ଶ୍ରୀମନ୍ଦିରରେ ହେଲା ମହାପ୍ରସାଦ ରୋଷେଇ, ଆନନ୍ଦବଜାରରେ ଖୁବ୍‌ ଶ୍ରୀଘ୍ର ପ୍ରକାଶ ପାଇବ ଦର

ପୁରୀ: ଶ୍ରୀମନ୍ଦିରରେ ମଙ୍ଗଳବାର ପରୀକ୍ଷା ମୂଳକ ଭାବରେ ମହାପ୍ରସାଦ ରୋଷେଇ ହୋଇଛି। ଆନନ୍ଦବଜାରରେ ମହାପ୍ରସାଦ ବିକ୍ରି ନେଇ ଖୁବ୍‌ ଶୀଘ୍ର ଦର ପ୍ରକାଶ ପାଇବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ମୁଖ୍ୟ ପ୍ରଶାସକ କହିଛନ୍ତି, ସୁଆର ନିଯୋଗ ସହ ଆଲୋଚନା ପରେ ଦର ଖୁବ୍‌ ଶୀଘ୍ର ନିର୍ଦ୍ଧାରଣ ହେବ। ଦର କେବେ ପ୍ରକାଶ ପାଇବ ଏବଂ କିପରି ପ୍ରକାଶ ପାଇବ ଏନେଇ କୌଣସି ସମୟସୀମା ଧାର୍ଯ୍ୟ ହୋଇ ନାହିଁ। ମାତ୍ର ଖୁବ ଶୀଘ୍ର ଆନନ୍ଦବଜାରରେ ମହାପ୍ରସାଦ ଦର ତାଲିକା ଲାଗିବ।

ପୁରୀରେ ଆୟୋଜିତ ନୀତି ସବ୍‌-କମିଟି ବୈଠକ ଶେଷ ହୋଇଛି। ଏହି ବୈଠକ ସରିବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇ କହିଛନ୍ତି, ଆୟୋଜିତ ହୋଇଥିବା ବୈଠକରେ ଡିସେମ୍ବର ୧୬ରୁ ଜାନୁଆରି ୧୩ ପର୍ଯ୍ୟନ୍ତ ହେବାକୁ ଥିବା ପହିଲି ଭୋଗ ନୀତି ଚୂଡାନ୍ତ ହୋଇଛି। ଏଥିସହିତ ରାତି ୧୧.୩୦ଟାରେ ପହୁଡ, ପାହାନ୍ତି ୩ଟାରେ ଦ୍ୱାରା ଫିଟା ନୀତି ହେବ। ଅନ୍‌ଲାଇନ୍‌ରେ ଶ୍ରୀଜିଉଙ୍କ ଦର୍ଶନ ଲାଗି ଯେଉଁ ଟିକେଟ ବ୍ୟବସ୍ଥାର ଆୟୋଜନ କରାଯିବ ବୋଲି ଯୋଜନା ଚାଲିଛି ବୋଲି ଖବର ପ୍ରକାଶ ପାଇଥିଲା ସେ ନେଇ ବି ଆଲୋଚନା ହୋଇଛି। ନୀତି ସବ୍‌-କିମିଟି ବୈଠକରେ ପ୍ରତିହାରୀ ନିଯୋଗକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ପାଇଁ ନିର୍ଦ୍ଦେଶ ଦିଅଯାଇଛି।

ସମ୍ବନ୍ଧିତ ଖବର