ପୁଣି ଅନଲାଇନରେ ମହାପ୍ରସାଦ ଓ ଶୁଖିଲା ଭୋଗ ବିକ୍ରି ଅଭିଯୋଗ, ଅନଲାଇନ୍ ବିକ୍ରିକୁ ସେବାୟତଙ୍କ ନିନ୍ଦା

ପୁରୀ: ବାରମ୍ବାର ଅଭିଯୋଗ ସତ୍ତ୍ବେ ଶ୍ରୀଜଗନ୍ନାଥ ସଂସ୍କୃତିର ସୁରକ୍ଷା ପାଇଁ ନିଆଯାଉନାହିଁ ପଦକ୍ଷେପ । ଗୋଟେ ପରେ ଗୋଟେ ସଂସ୍ଥା ଅନ୍ନ ଓ ଶୁଖିଲା ମହାପ୍ରସାଦ ଅନଲାଇନରେ ବିକ୍ରି ହେଉଥିବା ଦେଖାଯାଇଛି  । କିଏ ନିର୍ମାଲ୍ୟ ତ ଆଉ କିଏ ବିକ୍ରି କରୁଛି ମହାପ୍ରଭୁଙ୍କ ମହାପ୍ରସାଦ । ଆଜି ପୁଣି ଏମିତି ଏକ ଘଟଣା ସାମ୍ନାକୁ ଆସିଛି  । ପିନରେଷ୍ଟ ନାମକ ଏକ ଅନଲାଇନ୍ ସଂସ୍ଥା ମହାପ୍ରଭୁଙ୍କ ମହାପ୍ରସାଦ ଓ ଶୁଖିଲା ଭୋଗ ବିକ୍ରି କରୁଥିବା ଜଣାପଡ଼ିଛି ।

abadha

ଏହାକୁ ନେଇ ସେବାୟତ ମହଲରେ ପୁଣି ନିନ୍ଦା କରାଯାଇଥିବା ବେଳେ ସମ୍ପୃକ୍ତ ସଂସ୍ଥା ବିରୋଧରେ ଏତଲା ଦେବା ପାଇଁ ଯୋଜନା କରାଯାଉଥିବା ଜଣାପଡ଼ିଛି । ଏ ନେଇ ଶ୍ରୀମନ୍ଦିର ସେବାୟତ ଶମ୍ଭୁନାଥ ଖୁଣ୍ଟିଆ ସିଂହଦ୍ବାର ପୁଲିସ ଷ୍ଟେସନରେ ଏତଲା ଦେଇଛନ୍ତି। ପୂର୍ବରୁ ମଧ୍ୟ ଏଭଳି ଅନେକ ଉଦାହରଣ ଦେଖିବାକୁ ମିଳିଛି । ନିକଟ ଅତୀତରେ ଇକମର୍ସ ସଂସ୍ଥା ଆମାଜନ୍ ଅନଲାଇନରେ ନିର୍ମାଲ୍ୟ ବିକ୍ରି କରୁଥିବା ବେଳେ ଏ ନେଇ ନଜରକୁ ଆଣିଥିଲେ ସେବାୟର ଶମ୍ଭୁନାଥ ଖୁଣ୍ଟିଆ ।

ସମ୍ବନ୍ଧିତ ଖବର