ପୁରୀ : ବିଶିଷ୍ଟ ସାମ୍ବାଦିକ ତଥା ସ୍ତମ୍ଭକାର ରଣଜିତ ଗୁରୁଙ୍କ ସ୍ମୃତିରେ ଏମ କେ ଜୁଡୋ ଗ୍ରୁପ ପକ୍ଷରୁ ଆଜି ବଡ଼ଦାଣ୍ଡରେ ମହାପ୍ରସାଦ ବଣ୍ଟନ ଯାଇଛି। ଗ୍ରୁପର କର୍ମକର୍ତ୍ତାମାନେ ଆଜି ବଡ଼ଦାଣ୍ଡରେ ଭିକ୍ଷାବୃତ୍ତି କରି ପେଟ ପୋଷୁଥିବା ଭିକାରୀମାନଙ୍କୁ ମହାପ୍ରସାଦ ଦେଇ ସ୍ବର୍ଗତ ଗୁରୁଙ୍କ ଆତ୍ମାର ସଦଗତି କାମନା କରିଛନ୍ତି। ଏମ କେ ଜୁଡୋ ଗ୍ରୁପର ସଦସ୍ୟମାନେ ସ୍ବର୍ଗତ ଗୁରୁଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି। ଏହି କାର୍ଯ୍ୟକ୍ରମକୁ ଏମ କେ ଜୁଡୋ ଗ୍ରୁପ ପକ୍ଷରୁ ମନୋଜ, ସୁନିଲ, ପୂଜା, ସୁଶାନ୍ତ, ଜଗା, ସାଇ, ଲକ୍ଷ୍ମୀଧର, ସୁନୁ ପ୍ରମୁଖ ପରିଚାଳନା କରିଥିଲେ।
ରଣଜିତ ଗୁରୁଙ୍କ ସ୍ମୃତିରେ ମହାପ୍ରସାଦ ସେବା
/sambad/media/post_attachments/wp-content/uploads/2019/08/ranjit-guru-afa.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)