ମହାପ୍ରଭୁଙ୍କ ମହାସ୍ନାନ

ପୁରୀ :‌ ଶ୍ରୀମନ୍ଦିର ନାଟମଣ୍ଡରେ ବାନ୍ତି ଯୋଗୁଁ ଆଜି ମହାପ୍ରଭୁଙ୍କ ମହାସ୍ନାନ କରାଯାଇଛି। ଫଳରେ ଅଧଘଣ୍ଟା ସର୍ବସାଧାରଣ ଦର୍ଶନ ଆଜି ବନ୍ଦ ରହିଛି। ମିଳିଥିବା ସୂଚନା ମୁତାବକ, ଆଜି ଜନୈକ ଭକ୍ତ ନାଟମଣ୍ଡପରେ ବାନ୍ତି କରି ଦେଇଥିଲେ। ଏହି ଦୃଷ୍ଟିରୁ ଆଜି ନାଟମଣ୍ଡପରେ କେହି ବାନ୍ତ କରିଦେବା ପରେ ସକାଳ ପ୍ରାୟ ୮ଟାରେ ଅବକାଶ ନୀତି ପରେ ପରେ ମହାପ୍ରଭୁଙ୍କ ମହାସ୍ନାନ କରାଯାଇଥିଲା। ମହାସ୍ନାନ ନୀତି ସରିବା ପରେ ଦର୍ଶନ ସ୍ବାଭାବିକ ହୋଇଥିଲା। ସୂଚନାଯୋଗ୍ୟ, ଚଳିତ ମାସରେ ଭିତରକାଠରେ ଦୁଇ ଦୁଇ ଥର ରକ୍ତଛିଟା ଯୋଗୁଁ ମହାପ୍ରଭୁଙ୍କ ବଡ଼ ମହାସ୍ନାନ କରାଯାଇଥିଲା।

ସମ୍ବନ୍ଧିତ ଖବର