ସମ୍ବଲପୁର: ବୌଦ୍ଧରୁ ମୁମ୍ବାଇ ଗଞ୍ଜେଇ ଚାଲାଣ ଭାୟା ସମ୍ବଲପୁର। ଏଭଳି ଏକ ଘଟଣାରେ ଫେରାର୍ ଗଞ୍ଜେଇ ବ୍ୟବସାୟୀ ସୁନାପାଲି ରାଜାନଗରର ମନୋହର ହୁସୈନ୍କୁ ଧରିବା ପାଇଁ ମହାରାଷ୍ଟ୍ର ପୁଲିସ୍ର ଏକ ଟିମ୍ ଶନିବାର ସମ୍ବଲପୁର ସହରର ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି। ତେବେ ରାତି ସାଢ଼େ ୧୦ଟା ଯାଏ ମହାରାଷ୍ଟ୍ର ପୁଲିସ୍ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇନଥିବା ଜଣାପଡ଼ିଛି। ପୂର୍ବରୁ ମଧ୍ୟ ଆଉ ଥରେ ମହାରାଷ୍ଟ୍ର ପୁଲିସ୍ ଗଞ୍ଜେଇ ଲିଙ୍କ୍ ନେଇ ସମ୍ବଲପୁରକୁ ଆସିଥିଲା। ମିଳିଥିବା ସୂଚନା ଅନୁସାରେ, ଗତ ଅଗଷ୍ଟ ମାସରେ ୩ଟି ଟ୍ରକ୍ ଯୋଗେ ବୌଦ୍ଧରୁ ପ୍ରଥମେ ରାୟପୁରକୁ ଓ ପରେ ସେଠାରୁ ମୁମ୍ବାଇକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିଲା। ଏନେଇ ସୂଚନା ପାଇ ମୁମ୍ବାଇ ପୁଲିସ୍ ଚଢ଼ଉ କରିବା ପରେ ୨ ଜଣ ଅଭିଯୁକ୍ତ ଧରାପଡ଼ିଥିବା ସମୟରେ ଅନ୍ୟମାନେ ଗାଡ଼ି ଛାଡ଼ି ଫେରାର୍ ହୋଇଯାଇଥିଲେ। ଫେରାର୍ ଅଭିଯୁକ୍ତଙ୍କ ମଧ୍ୟରେ ମନୋହର ରହିଥିଲା। କିନ୍ତୁ ଉକ୍ତ ଘଟଣା ପରଠାରୁ ମନୋହର ଫେରାର୍ ରହିଥିବା ସମୟରେ ସେ ସମ୍ବଲପୁରରେ ଥିବା ସୂଚନା ପାଇ ମହାରାଷ୍ଟ୍ର ପୁଲିସ୍ ଏଠାକୁ ଆସିଥିଲା।
ବୌଦ୍ଧରୁ ମୁମ୍ବାଇ ଗଞ୍ଜେଇ ଚାଲାଣ ଭାୟା ସମ୍ବଲପୁର, ସୁନାପାଲିରେ ମହାରାଷ୍ଟ୍ର ପୁଲିସ୍ର ଛାନ୍ଭିନ୍
/sambad/media/post_attachments/wp-content/uploads/2020/11/ganja.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)