ଉପାସ ଅଛନ୍ତି ମହାରଥୀ ! କାହିଁକି ଜାଣନ୍ତୁ

ଭୁବନେଶ୍ୱର: ବାଧିଲା ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ କଥା | ଏଥିପାଇଁ କାଲିଠାରୁ ଖାଇନାହାଁନ୍ତି ପିପିଲି ବିଧାୟକ ତଥା ବିଜେଡିର ବରିଷ୍ଠ ନେତା ପ୍ରଦୀପ ମହାରଥୀ | ନିଜେ ଏନେଇ ଖୁଲାସା କରିଛନ୍ତି ପ୍ରଦୀପ ମହାରଥୀ | ଘଟଣାଟି କିଛି ଏହିପରି | ବୁଧବାର ଗୃହରେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଧାୟକ ପ୍ରଦୀପ ମହାରଥୀ କେତେଗୋଟି ବହୁମୁଖୀ ଶୀତଳ ଭଣ୍ଡାର ଅଛି ବୋଲି ପ୍ରଶ୍ନ କରିଥିଲେ |

ସେଥିମଧ୍ୟରୁ କେତୋଟି ଶୀତଳଭଣ୍ଡାର କାର୍ଯ୍ୟକ୍ଷମ ଅଛି ଓ ଆଳୁ ଉତ୍ପାଦନକୁ ତ୍ୱରାନ୍ୱିତ କରିବା ପାଇଁ ପଦକ୍ଷେପ ନେବାକୁ ମହାରଥୀ ଅନୁରୋଧ କରିଥିଲେ | ଏହାର ଉତ୍ତରରେ ଅର୍ଥମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀ କହିଥିଲେ ଯେ ପିପିଲି ବିଧାୟକ ଦିନେ ଏହି ବିଭାଗର ମନ୍ତ୍ରୀ ଥିଲେ | ତାଙ୍କ ସମୟରେ ୮୦ଟି ଶୀତଳଭଣ୍ଡାର ଅଚଳ ହୋଇଯାଇଛି | ସରକାର ଏ ସବୁକୁ କାର୍ଯ୍ୟକ୍ଷମ କରିବାକୁ ଚାଁହୁଛନ୍ତି | ଆଜି ଶୂନ୍ୟକାଳରେ ଏହାର ଜବାବ ରଖିଛନ୍ତି ମହାରଥୀ | ସେ କହିଛନ୍ତି ଯେ କାଲି ମନ୍ତ୍ରୀ ଯାହା ଉତ୍ତର ରଖିଥିଲେ ତାହା ଭୁଲ ଥିଲା |

ମନ୍ତ୍ରୀଙ୍କ ଆକ୍ଷେପ ନେଇ କାଲିଠାରୁ ଖାଇନାହାଁନ୍ତି ବୋଲି ମହାରଥୀ କହିଛନ୍ତି | ତାଙ୍କ ସମୟରେ ଚାରିଥର କୃଷିକର୍ମଣ ପୁରସ୍କାର ମିଳିଛି ବୋଲି କହିବା ସହ ତାଙ୍କ କାର୍ଯ୍ୟଦକ୍ଷତା ଓ କର୍ତ୍ତବ୍ୟନିଷ୍ଠାକୁ ନେଇ ପ୍ରଶ୍ନ କରାଯିବା ଉଚିତ ନୁହେଁ ବୋଲି ମହାରଥୀ କହିଛନ୍ତି | ମହାରଥୀ କହିଛନ୍ତି ଯେ ସେ ଦାୟିତ୍ୱ ନେବାବେଳେ ୨୪ଟି ଶୀତଳଭଣ୍ଡାର ଥିବାବେଳେ ତାଙ୍କ ସମୟରେ ଏହା ୪୮ଟିରେ ପହଞ୍ଚିଥିଲା |

ସମ୍ବନ୍ଧିତ ଖବର