ଆରଡ଼ି : ପବିତ୍ର ମହାଶିବରାତ୍ରି ପାଇଁ ରାଜ୍ୟର ପ୍ରମୁଖ ଶୈବକ୍ଷେତ୍ର ଆରଡ଼ି ପୀଠ ବାବା ଆଖଣ୍ଡଳମଣିଙ୍କ ମନ୍ଦିର ହୋଇ ଉଠିଥିଲା ଭକ୍ତମୟ। ମନ୍ଦିରର ରୀତିନୀତି ଅନୁଯାୟୀ ଜାଗର ନୀତିକାନ୍ତି ପାଇଁ ଭୋର ୪ଟାରେ ଦ୍ୱାର ଫିଟା ହେବା ପରେ ମଙ୍ଗଳ ଆଳତି କରାଯିବା ସହିତ କନିକା ରାଜାଙ୍କ ପକ୍ଷରୁ ପ୍ରଥମ ଘର୍ଷଣ ଭୋଗ ବଡ଼ପଣ୍ଡାଙ୍କ ଦ୍ୱାରା ଲାଗି କରାଯାଇଥିଲା। ପରେ ସକାଳ ୫ଟାରେ ବାବାଙ୍କୁ ଦିଗମ୍ବର ବେଶରେ ସଜ୍ଜିତ କରାଯାଇ ପାଳିଆ ସେବାୟତଙ୍କ ପକ୍ଷରୁ ଘର୍ଷଣଭୋଗ ସହ ଖେଚୁଡ଼ି ଅନ୍ନ(ବଢ଼ାଭାତ) ଲାଗି କରାଯାଇଥିଲା। ସକାଳ ୫ଟା ୩୦ରୁ ରାତ୍ର ୧୨ଟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁମାନଙ୍କ ଦର୍ଶନ ନିମନ୍ତେ ସାହଣ ମେଲା କରାଯାଇଥିଲା। ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ନିର୍ମାଣ କରାଯାଇଥିଲା ସ୍ବତନ୍ତ୍ର ବ୍ୟାରିକେଡ୍। ସଂଧ୍ୟା ୬ଟା ଠାରୁ ଜାଗର ନୀତି ନିମନ୍ତେ ଚାରି ପ୍ରହର ପୂଜାର୍ଚ୍ଚନାରେ ସୁବାସିତ ଜଳ ସହ କ୍ଷୀର-ମହୁ ଆଦି ଶର୍କରାରେ ମିଶ୍ରିତ ଘର୍ଷଣ, ରୁଦ୍ରାଭିଷେକ, ଜଳାଭିଷେକ, ପଞ୍ଚଉପଚାର ପୂଜା, ଦ୍ୱାରପାଳ ପୂଜା, ପାର୍ଶ୍ୱ ଦେବତା ପୂଜା ଆଦି ସରିବା ପରେ ରାତ୍ର ୧ଟାରେ ସୁନାବେଶ ଓ ଭୋର ୪ଟା ୩୦ରେ ମନ୍ଦିର ଚୂଡାକୁ ମହାଦୀପ ଉଠିବ ବୋଲି ଉଭୟ ମନ୍ଦିର ପ୍ରଶାସନ ଓ ସେବାୟତମାନଙ୍କ ପକ୍ଷରୁ ସୂଚନା ମିଳିଛି।
ଜାଗର ଯାତ୍ରା ପାଇଁ ଆରଡ଼ି ପୀଠ ଚଳଚଞ୍ଚଳ
/sambad/media/post_attachments/wp-content/uploads/2019/03/aredi.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)