ପୁରୀ : ଶ୍ରୀମନ୍ଦିରରେ ଶନିବାର ଦିନ ବଡ଼ ମହାସ୍ନାନ କରାଯାଇଛି। ଶ୍ରୀମନ୍ଦିର ଭିତର କାଠରୁ ଦର୍ଶନ ବେଳେ ଭକ୍ତଙ୍କ ସହ ଯାଇଥିବା କେହି ଛୁଆ ଝାଡ଼ା କରିଦେବାରୁ ଶନିବାର ଦିନ ଏଭଳି ବଡ଼ ମହାସ୍ନାନ ହୋଇଛି। ଯେଉଁଥିପାଇଁ ଭକ୍ତଙ୍କ ଦର୍ଶନ ଦୁଇଘଣ୍ଟା ବନ୍ଦ ରହିଥିଲା।
ମିଳିଥିବା ସୂଚନା ମୁତାବକ, ଶନିବାର ରାତି ପ୍ରାୟ ୯ଟାରେ ଚନ୍ଦନଲାଗି ପାଇଁ ପ୍ରସ୍ତୁତି ଚାଲିଥିବାବେଳେ ଭଣ୍ଡାର ଘର ନିକଟରେ କେହି ଛୁଆ ଝାଡ଼ା କରି ଦେଇଥିବା ଜଣାପଡ଼ିଥିଲା। ପୂଜା ମାରା ହେବାରୁ ଚୁନି ପଡ଼ି ମହାପ୍ରଭୁଙ୍କ ମହାସ୍ନାନ ପରେ ଚନ୍ଦନଲାଗି ଓ ଅନ୍ୟାନ୍ୟ ନୀତିକାନ୍ତି ବଢ଼ିଥିଲା। ଯେଉଁଥିପାଇଁ ଶନିବାର ବଡ଼ସିଂହାର ବେଶ ଓ ରାତ୍ର ପହୁଡ଼ ବିଳମ୍ବ ହୋଇଥିଲା।