ନିରାଡ଼ମ୍ବର ଭାବେ ପାଳନ ହେବ ମହତାବ ଜୟନ୍ତୀ

ଭୁବନେଶ୍ୱର : ଆସନ୍ତାମାସ ୨୧ ତାରିଖରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବଙ୍କ ଜୟନ୍ତୀ। ଚଳିତ ବର୍ଷ ଦେଶ ଓ ରାଜ୍ୟରେ ଦେଖାଦେଇଥିବା କୋଭିଡ ମହାମାରୀ ପାଇଁ ଏହି ଜୟନ୍ତୀ ସମାରୋହକୁ ନିରାଡ଼ମ୍ବର ଭାବେ ପାଳନ କରାଯିବ।

ଜୟନ୍ତୀ କମିଟି ମୁଖ୍ୟ ତଥା କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ କହିଛନ୍ତି, କରୋନାରେ ଆକ୍ରାନ୍ତ ହୋଇ ବହୁ ବ୍ୟକ୍ତି ଜୀବନ ଓ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ବହୁ ଲୋକଙ୍କ ଜୀବିକା ପ୍ରଭାବିତ ହୋଇଛି। ଅନେକ କରୋନା ଯୋଦ୍ଧା ମଧ୍ୟ ରୋଗୀଙ୍କ ସେବାରେ ପ୍ରାଣବଳି ଦେଲେଣି। ସେମାନଙ୍କ ତ୍ୟାଗକୁ ସମ୍ମାନ ଦେବା ପାଇଁ ଏ ବର୍ଷ ମହତାବ ଜୟନ୍ତୀରେ କୌଣସି ପାଇକ ଆଖଡ଼ା ଓ ମେଲୋଡି କାର୍ଯ୍ୟକ୍ରମ ହେବନାହିଁ ବୋଲି କମିଟି ନିଷ୍ପତ୍ତି ନେଇଛି। କେବଳ ସେହିଦିନ ସକାଳ ୭ଟାରେ ମନ୍ଦିର, ମସଜିଦ୍‌, ଚର୍ଚ୍ଚ ଓ ବୁଦ୍ଧ ମନ୍ଦିରରେ ପୂଜାର୍ଚ୍ଚନା କରାଯିବ। ସକାଳ ୯ଟାରେ ଗାନ୍ଧୀ ମାର୍ଗଠାରେ କେବଳ ମହତାବଙ୍କ ଫଟୋ ପୂଜା ଅନୁଷ୍ଠିତ ହେବ।

ସମ୍ବନ୍ଧିତ ଖବର