ଭୁବନେଶ୍ୱର : ଓଡ଼ିଆ ଜାତି ଓ ଭାଷାର ବିକାଶ ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ଡ. ହରେକୃଷ୍ଣ ମହତାବ ‘ଗାଁ ମଜଲିସ୍’ ସ୍ତମ୍ଭ ଆରମ୍ଭ କରିଥିଲେ। ଏହା ମାଧ୍ୟମରେ ସେ ବିକାଶମୂଳକ ସାମ୍ବାଦିକତାର ପ୍ରଚାର ଓ ପ୍ରସାର କରିଥିଲେ। ପରର୍ବତୀ ସମୟରେ ତାଙ୍କ ଦ୍ୱାରା ପ୍ରକାଶିତ ସମ୍ବାଦପତ୍ର ‘ପ୍ରଜାତନ୍ତ୍ର’ ଓଡ଼ିଆ ଭାଷା ଆନ୍ଦୋଳନ ଓ ସ୍ୱାଧୀନତା ସଂଗ୍ରାମରେ ବଳିଷ୍ଠ ଭୂମିକା ଗ୍ରହଣ କରିଥିଲା ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଡ. ମହତାବଙ୍କ ୧୨୧ତମ ଜନ୍ମବାର୍ଷିକୀ ଉପଲକ୍ଷେ ଇନଷ୍ଟିଚ୍ୟୁଟ୍ ଅଫ୍ ମିଡିଆ ଷ୍ଟଡିଜ୍ ଦ୍ୱାରା ଅନୁଷ୍ଠିତ ଦୁଇ ଦିନିଆ ‘ଜାତୀୟ ଗଣମାଧ୍ୟମ ମହାସମ୍ମିଳନୀ’କୁ ଭର୍ଚୁଆଲ ମଞ୍ଚରେ ଉଦ୍ଘାଟନ କରି ଶ୍ରୀ ପ୍ରଧାନ ଏହା କହିଛନ୍ତି। ଏହି ଅବସରରେ ସେ ହରେକୃଷ୍ଣ ମହତାବ ରିସୋର୍ସ ସେଣ୍ଟରର ଲୋଗୋ ଉନ୍ମୋଚନ କରିଥିଲେ।
ଉଦ୍ଘାଟନୀ ଉତ୍ସବରେ ସାଂସଦ ତଥା ପ୍ରଜାତନ୍ତ୍ରର ସମ୍ପାଦକ ଭର୍ତୃହରି ମହତାବ, ଏମଜିଏମ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସୁଧୀର ଗାଭାନେ, ଜୟପୁରର ହରିଦେବ ଯୋଶୀ, ସାମ୍ବାଦିକ ଓ ଗଣମାଧ୍ୟମ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଓମ୍ ପ୍ରକାଶ ତାନ୍ଭି, ତେଜପୁର ବିଶ୍ୱବିଦ୍ୟାଳୟର ପ୍ରଫେସର ସୁନୀଲକାନ୍ତ ବେହେରା ଏବଂ ଆଦାମସ ବିଶ୍ୱବିଦ୍ୟାଳୟର ପ୍ରଫେସର ଉଜ୍ଜ୍ବଳ ଚୌଧୁରୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।
ଜାମିଆ ମିଲିଆ ଇସଲାମିଆ ଅଧୀନସ୍ଥ ସେଣ୍ଟର ଫର କଲଚର ମିଡିଆ ଆଣ୍ଡ ଗଭର୍ଣ୍ଣାସର ନିର୍ଦ୍ଦେଶକ ପ୍ରଫେସର ବିଶ୍ୱଜିତ୍ ଦାସ, ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ କମ୍ୟୁନିଟି ମିଡିଆର ବରିଷ୍ଠ ପ୍ରାଧ୍ୟାପକ ପ୍ରଫେସର ବିନୋଦ ପାଭରାଲା, ୟୁଏସ୍ଏ କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ଗଣମାଧ୍ୟମ ବିଭାଗର ପ୍ରଫେସର ଦେବେନ୍ଦ୍ର ର୍ଶମା, ଡିଏମ୍ଇ ମିଡିଆ ସ୍କୁଲ୍ ନୋଇଡାର ମୁଖ୍ୟ ତଥା ପ୍ରଫେସର ଅମ୍ବ୍ରିସ୍ ସକ୍ସେନା, ଗୁଜୁରାଟ ବିଶ୍ୱବିଦ୍ୟାଳୟର ସାମ୍ବାଦିକତା ଓ ଗଣମାଧ୍ୟମ ବିଭାଗର ମୁଖ୍ୟ ପ୍ରଫେସର ସୋନାଲ ପାଣ୍ଡ୍ୟା, ଚଣ୍ଡୀଗଡ଼ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ୟୁଏମ୍ଆଇଏସ୍ର ମୁଖ୍ୟ ଫକୀର ମୋହନ ନାହାକ, ମହୀଶୂର ବିଶ୍ୱବିଦ୍ୟାଳୟ ଗଣମାଧ୍ୟମ ଏବଂ ସାମ୍ବାଦିକତା ବିଭାଗର ପ୍ରଫେସର ଏନ୍ ଉଷାରାଣୀ, ମୁଦ୍ରା ଇନିଷ୍ଟିଚ୍ୟୁଟ୍ ଅଫ୍ କମ୍ୟୁନିକେସନ ଗଣମାଧ୍ୟମ ଏବଂ ବିକାଶର ଉପଦେଷ୍ଟା ପ୍ରଫେସର ଅରବିନ୍ଦ ସିହ୍ନା, ପ୍ରଫେସର ସୁରଭି ଦହିଆ, ବ୍ରିଟିଶ ଡେପୁଟି ହାଇକମିସନ କଲିକତାର ମୁଦ୍ରଣ ଓ ଯୋଗାଯୋଗ ବିଭାଗର ମୁଖ୍ୟ ଅମିତ ସେନଗୁପ୍ତା, ଅଧ୍ୟାପକ ଦେବଲିନା ଦତ୍ତ, ତାମିଲନାଡୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତି ତଥା ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟର ସାମ୍ବାଦିକତା ଏବଂ ଗଣଯୋଗାଯୋଗ ବିଭାଗର ପ୍ରାକ୍ତନ ପ୍ରଧ୍ୟାପକ ବି ପି ସଞ୍ଜୟ, ପ୍ରଫେସର ସଜଳ ମୁଖାର୍ଜୀ, ତେଜପୁର ବିଶ୍ୱବିଦ୍ୟାଳୟ ଗଣମାଧ୍ୟମ ଓ ସାମ୍ବାଦିକତା ବିଭାଗର ମୁଖ୍ୟ ପ୍ରଫସେର ଜୋୟା ଚକ୍ରର୍ବତୀ ଏବଂ ଆଦାମସ୍ ବିଶ୍ୱବିଦ୍ୟାଳୟ ସ୍କୁଲ୍ ଅଫ୍ ମିଡିଆ କମ୍ୟୁନିକସେନର ସହକାରୀ ପ୍ରାଧ୍ୟାପକ ନବିନା ଚକ୍ରର୍ବତୀ ପ୍ରମୁଖ ଅଂଶଗ୍ରହଣ କରି ବିଭିନ୍ନ ବିଷୟବସ୍ତୁ ଉପରେ ଆଲୋଚନା କରିଥିଲେ। ସମ୍ମିଳନୀର ଅଧ୍ୟକ୍ଷ ଏବଂ ଆଇଏମ୍ଏସ୍ର ନିର୍ଦ୍ଦେଶକ ପ୍ରଫେସର ଉପେନ୍ଦ୍ର ପାଢ଼ୀ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ଲେଖକ ଦେବପ୍ରସାଦ ଦାଶ ଏହି ସଭା ପରିଚାଳନା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/Dharmendra_Pradhan-a.jpg)